Opposition’s Bengaluru meet: ନୈଶ୍ୟଭୋଜି ସହ ଶେଷ ହେଲା ପ୍ରଥମ ଦିନର କାର୍ଯ୍ୟକ୍ରମ

By

Published : Jul 17, 2023, 10:23 PM IST

thumbnail

ବେଙ୍ଗାଲୁରୁ: ଆଜିଠାରୁ ଆରମ୍ଭ ହୋଇଥିବା ବିରୋଧୀଙ୍କ ଦୁଇ ଦିନିଆ ସମ୍ମିଳନୀର ପ୍ରଥମ କାର୍ଯ୍ୟଦିବସ ନୈଶ୍ୟଭୋଜି ସହ ଶେଷ ହୋଇଛି । ଆଜି ସମସ୍ତ ବିରୋଧୀ ଦଳର ନେତାମାନେ ବେଙ୍ଗାଲୁରରେ ପହଞ୍ଚିବା ପରେ ପ୍ରାରମ୍ଭିକ ଆଲୋଚନା ଓ ପରେ ନୈଶ୍ୟଭୋଜିରେ ଅଂଶ ଗ୍ରହଣ କରିଥିଲେ । ନୈଶ୍ୟଭୋଜି ପରେ ପ୍ରଥମ କାର୍ଯ୍ୟଦିବସ ଶେଷ ହୋଇଛି । ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ନରୁ ଦିନ ତମାମ ମିଳିତ ରଣନୀତି ନେଇ ଆଲୋଚନା ଜାରି ରହିବ । କଂଗ୍ରେସ ପକ୍ଷରୁ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Bengaluru Opposition Meet: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ !

ସେହିପରି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଆମ ଆଦମୀ ପାର୍ଟିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସାଂସଦ ରାଘବ ଚଡ୍ଡା ଓ ସଞ୍ଜୟ ସିଂ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ବେଙ୍ଗାଲୁରୁରେ ପହଞ୍ଚି ସାରିଛନ୍ତି । ପ୍ରାୟ 26ଟି ବିରୋଧୀ ଦଳ ଏହି ମହାମେଳିରେ ସାମିଲ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.