ମୃତକଙ୍କ ପରିବାରକୁ 10 ଲକ୍ଷ ବଦଳରେ 50 ଲକ୍ଷ ଦେଉ ସରକାର: ବିରୋଧୀ - ବାହାନଗା ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18698130-thumbnail-16x9-jjjj.jpg)
ବାଲେଶ୍ଵର: ବାହାନଗା ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଏହାକୁ ନେଇ ବାଲେଶ୍ଵରର ପ୍ରମୁଖ ବିରୋଧୀ ଦଳ ଏକଜୁଟ ହୋଇ ବିଭିନ୍ନ ଦାବି ରଖିବା ସହ ଆସନ୍ତା 12 ତାରିଖରେ ଏହାକୁ ନେଇ ବାଲେଶ୍ଵର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ଦିଆଯାଇଛି । ବାଲେଶ୍ଵର ଜିଲ୍ଲାର କଂଗ୍ରେସ, ସିପିଆଇଏମ ଭଳି 5ରୁ ଊର୍ଦ୍ଧ୍ଵ ଦଳ ଏକଜୁଟ ହୋଇ ବାହାନଗା ରେଳ ଦୁର୍ଘଟଣା ନେଇ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଦାବି ଅନୁସାରେ, କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରାଯାଇ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ତଦନ୍ତ କରାଯାଉ। ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକମାନଙ୍କର ନାମ ତାଲିକା ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାରେ ଦୈନିକ ଖବର କାଗଜରେ ପ୍ରକାଶ କରାଯାଉ । ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ କରାଯାଉ । ଏହାସହ ମୃତକ ପରିବାରକୁ 10 ଲକ୍ଷ ବଦଳରେ 50 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ ।
ଇଟିଭି ଭାରତ, ବାଲେଶ୍ଵର