ପ୍ରେମକୁ ଡରୁଛନ୍ତି କି ପ୍ରକୃତି, କାହିଁକି କହିଲେ ଦୂରୁ ଜୁହାର - ଭୁବନେଶ୍ବର ନ୍ୟୁଜ
🎬 Watch Now: Feature Video
ଭୁବନେଶ୍ବର: ଆଗକୁ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର କଫି ସପ୍ ପ୍ରେମର ଆରମ୍ଭ... । ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର । ଭୁବନେଶ୍ବରରେ ଚଳଚ୍ଚିତ୍ରର ମହୁରତ ହୋଇଛି । ଏହି ସମୟରେ ଫିଲ୍ମକୁ ନେଇ ନାୟିକା ପ୍ରକୃତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ଦେବସ୍ମିତା ରାଉତ । ତେବେ କେବଳ ରିଲ୍ ଲାଇଫରେ ନା ରିୟଲ ଲାଇଫରେ ପ୍ରକୃତିଙ୍କୁ କେବେ ପ୍ରେମ ହୋଇଛି ନା ନାହିଁ ଏନେଇ ଇଟିଭି ଭାରତ ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରେମକୁ ଦୂର ଜୁହାର କରିଛନ୍ତି ଏହି ନାୟିକା ।
Last Updated : Feb 3, 2023, 8:36 PM IST