କପିଲ ଶର୍ମାଙ୍କ ସହ କାମ କରି ଗର୍ବ ଅନୁଭବ ହେଉଛି: ପ୍ରଜ୍ବଳ - ଓଡ଼ିଆ ଶିଶୁ କଳାକାର ପ୍ରଜ୍ବଳ ସାହୁ
🎬 Watch Now: Feature Video
ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ହିନ୍ଦୀ ଫିଲ୍ମ ଜ୍ବିଗାଟୋରେ କେମଡି କିଙ୍ଗ କପିଲ ଶର୍ମାଙ୍କ ସହ ନଜର ଆସିଛନ୍ତି ଦୁଇ ଓଡ଼ିଆ ଶିଶୁ କଳାକାର । କପିଲ ଶର୍ମାଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ପ୍ରଜ୍ବଳ ସାହୁଙ୍କ ସୁନ୍ଦର ଅଭିନୟ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି । ଏହି ଚର୍ଚ୍ଚିତ ଚଳଚ୍ଚିତ୍ରରେ ପ୍ରଜ୍ବଳ ଅଭିନୟ କରି ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍ ଓ ଆୱାର୍ଡ଼ସ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । କମେଡି କିଙ୍ଗ ସହ ଫିଲ୍ମ କରି ନିଜ ଅନୁଭୂତି ବଖାଣିଛନ୍ତି ପ୍ରଜ୍ବଳ ସାହୁ ।
ଓଡ଼ିଆ ଶିଶୁ କଳାକାର ପ୍ରଜ୍ବଳଙ୍କୁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସିଥିବା କହିଛନ୍ତି । କପିଲ ଶର୍ମା ଜଣେ ଭଲ ମଣିଷ ବୋଲି କହିଛନ୍ତି ପ୍ରଜ୍ବଳ । ସୁଟିଂ ସମୟରେ ସେ ବହୁତ ହସାନ୍ତି ଏବଂ ସହଯୋଗ ମଧ୍ୟ କରନ୍ତି । ତାଙ୍କ ସହ କାମ କରି ବେଶ ଖୁସି ଲାଗୁଛି । ତାଙ୍କ ଅଭିନୀତ ସିନେମାରେ କାର୍ଯ୍ୟ କରି ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି । ବାସ୍ତବ ଜୀବନର ଏହି କାହାଣୀ ସମସ୍ତେ ଦେଖନ୍ତୁ ଆଉ ସିନେମାକୁ ଭଲପାଇବା ଦେଇ ନିଜର ମତାମତ ରଖନ୍ତୁ ବୋଲି କହିଛନ୍ତି ପ୍ରଜ୍ବଳ । ଇଟିଭି ଭାରତ, ଭୁବନେଶ୍ବର