ନକଲି ମଦ ରାକେଟ ଉପରେ ଚଢାଉ, ବିପୁଳ ପରିମାଣର ନକଲି ମଦ ସହ ଜଣେ ଗିରଫ - ନକଲି ମଦ ସହ ଜଣେ ଗିରଫ
🎬 Watch Now: Feature Video
Published : Oct 19, 2023, 7:11 AM IST
ସମ୍ବଲପୁର: ପାର୍ବଣ ଋତୁ ପୂର୍ବରୁ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ମିିଳିଛି ବଡ଼ ସଫଳତା । ବିପୁଳ ପରିମାଣର ନକଲି ମଦ ତିଆରି ସାମଗ୍ରୀ ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡାର ସରୋଜ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ନକଲି ମଦ ତିଆରି କରୁଥୁବା ଅଭିଯୋଗରେ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ଗିରଫ କରିଛି l ତାଙ୍କଠାରୁ 8 ଲିଟର ସ୍ପିରିଟ, 5 ଲିଟର ନକଲି ଫରେନ ଲିକର, 5700ଟି ନକଲି ଲୋଗୋ ଥିବା ଷ୍ଟିକର, 345ଟି ନକଲି ଠିପି ଓ ସିଲ୍ କରିବା ମେସିନକୁ ଜବତ କରାଯାଇଛି । ଏନେଇ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ଡେପୁଟି କମିଶନର ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ଗିରଫ
ସୂଚନା ଯୋଗ୍ୟ ଯେ ସୋନପୁର ଅବକାରୀ ବିଭାଗ ଗତକାଲି ଜଣେ ବ୍ୟକ୍ତିଙ୍କୁ ନକଲି ମଦ ସହ ଗିରଫ କରିବା ପରେ ତାକୁ ପଚାରଉଚରା ସମୟରେ ଏହାର ସମ୍ବଲପୁର ଲିଙ୍କ୍ ବାହାରି ଥିଲା । ସୋନପୁରର ଅଭିଯୁକ୍ତ ଜଣକ ସମ୍ବଲପୁରର ସରୋଜ ବେହେରାଙ୍କଠାରୁ ଏହି ନକଲି ମଦ କିଣି ଥିବାର ସୂଚନା ଦେବା ପରେ ଏନେଇ ସମ୍ବଲପୁର ଗୁଇନ୍ଦା ବିଭାଗ ଏହାର ତଦନ୍ତ ଆରମ୍ଭ କରି ସମ୍ବଲପୁର ରାଣୀଖିଣ୍ଡାଠାରୁ ସରୋଜ ବେହେରାଙ୍କୁ ଗିରଫ କରିଥିଲା । ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ସରୋଜ ବେହେରା ଗତ ମାର୍ଚ୍ଚ ମାସରେ ନକଲି ମଦ କାରବାରରେ ଗିରଫ ହୋଇ 45 ଦିନ ଜେଲ୍ରେ ଥିଲେ ।
ଇଟିଭି ଭାରତ, ସମ୍ବଲପୁର