ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

By

Published : Mar 8, 2023, 9:17 AM IST

thumbnail

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି  । ଗାଁଠୁ ସହର ସବୁଠି ଜମୁଛି ରଙ୍ଗଖେଳ । ଚାରିଆଡେ ଉଡୁଛି ଫଗୁ  । ରଙ୍ଗରେ ଭିଜୁଛି ତନୁ ଆଉ ମନ  । କୋରୋନା ମହାମାରୀ ପାଇଁ ହୋଲି ଉତ୍ସବ ଦୁଇ ବର୍ଷ ହେବ ଫିକା ପଡିଥିଲା । ତେଣୁ ଏଥର କଟକଣା ନଥିବାରୁ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରର ଘରୋଇ ଶିକ୍ଷାନୁଷ୍ଠାନ କିସ୍‌ରେ ପାଳିତ ହୋଇଛି ଆନନ୍ଦ ଉଲ୍ଲାସର ପର୍ବ ହୋଲି । ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଛନ୍ତି କିସ୍ ଛାତ୍ରଛାତ୍ରୀ  । ସମସ୍ତେ ନାଚି ଗାଇ ରଙ୍ଗ ଖେଳି ହୋଲି ପାଳନ କରିଛନ୍ତି  । ପରସ୍ପରକୁ ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି  । ଓଡିଆ ସିନେ ତାରକା ଅନୁ ଚୌଧୁରୀ, ଚେହେରା ଲିପ୍ସା ମିଶ୍ର ଓ ତାଙ୍କର ସ୍ବାମୀ, ଅଶ୍ବିନୀ ତ୍ରିପାଠୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଅନ୍ୟାନ କଳାକାର, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚିତ୍ରାଭିନେତା, ନିର୍ଦ୍ଦେଶକ ସାମିଲ ହୋଇଥିଲେ  । ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ଅବିର ବୋଳି ରଙ୍ଗର ଏହି ପର୍ବ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ କିସ୍‍ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ । କଳାକାର ନିଜେ ନାଚିଥିଲେ ଓ ପିଲାଙ୍କୁ ନଚାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.