thumbnail

ollywood Casting Couch: ଶୋଷଣକାରୀ ପ୍ରଯୋଜକଙ୍କ ନାଁ ବାହାରକୁ ଆସିବା ଦରକାର: ପୁପୁଲ ଭୂୟାଁ

By

Published : Jun 9, 2023, 8:50 PM IST

ଭୁବନେଶ୍ବର: ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗକୁ ନେଇ ପ୍ରକୃତି ଓ ଜସ୍ମିନ ପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ପୁପୁଲ ଭୂୟାଁ । ଯେଉଁ ହ୍ୱାଟ୍ସଆପ୍ ଗ୍ରୁପର ଚାର୍ଟ ଭାଇରାଲ ହୋଇଛି ସେହି ଗ୍ରୁପର ଜଣେ ସଦସ୍ୟ ଭାବରେ ସେ ଆଲୋଚନାରେ ଥିବାରୁ ଅଭିନେତ୍ରୀ ପୁପୁଲ ଭୂୟାଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓଲିଉଡରେ କାଷ୍ଟିଂ କାଉଚ ହେଉଥିବା ସେ କହିଛନ୍ତି । କିଛି ଲୋକଙ୍କ ପାଇଁ ଇଣ୍ଡଷ୍ଟ୍ରି ବଦନାମ ହେଉଛି । ଏହାର ପ୍ରମାଣ ମିଳିଥିଲେ ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କରୁଥିବା ଲୋକମାନେ ଧରା ପଡ଼ିଥାନ୍ତେ । ସେହି କ୍ରମରେ ଟୁଟୁ ନାୟକ କାଷ୍ଟିଂ କାଉଚ ଅଭିଯୋଗ ସମ୍ପନ୍ନ ପ୍ରଯୋଜକ ହୋଇଥାଇପାରନ୍ତି । ଏହି ଘଟଣାର ସତ ସାମ୍ନାକୁ ଆସୁ  । ଯେଭଳି ତଥ୍ୟ ପ୍ରମାଣ ବିନା ବ୍ୟକ୍ତିଗତଭାବେ ଚାର୍ଟ କରୁଥିବା ଗ୍ରୁପରୁ ମେସେଜ ଭାଇରାଲ ହେଲା ତାହା ଠିକ ହୋଇନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଯିଏ ଭାଇରାଲ କରିଛି ତା' ଉପରେ ପ୍ରଯୋଜକ ଆକ୍ସନ ନିଅନ୍ତୁ ଏବଂ ଆଇନର ସାହାରା ଯଦି ନେବେ ତାହେଲେ ବହୁତ ଭଲ କଥା ନିଅନ୍ତୁ । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଗୋଟେ ବଡ ଇଣ୍ଡଷ୍ଟ୍ରି । ସେଇଠି କିଛି ଲୋକଙ୍କ ପାଇଁ ଆମେ ପୁରା ଇଣ୍ଡଷ୍ଟ୍ରିକୁ ବଦନାମ କରିବା ଠିକ ନୁହେଁ । 

ଯେଉଁ ନବାଗତା ଅଭିନେତ୍ରୀ ମାନେ ଏହାର ସାମ୍ନା କରିଛନ୍ତି ସେମାନେ ଆଗକୁ ଆସନ୍ତୁ ଏବଂ ନିଜ ମୁହଁ ଖୋଲନ୍ତୁ । ଯାହାଦ୍ୱାରା ଆଉ କେହି ଶୋଷଣ ହୋଇପାରିବେ ନାହିଁ । ଅନ୍ୟପଟେ ମଦ୍ୟପାନ କରି ଅଭିନେତ୍ରୀ ମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁପୁଲ । କହିଛନ୍ତି, ମାମଲାରେ ଟୁଟୁ ନାୟକ ଦେଇଥିବା ମନ୍ତବ୍ୟ ଠିକ ନୁହେଁ । ତାଳି ଗୋଟିଏ ହାତରେ ବାଜେନି ଏବଂ ଜଣଙ୍କୁ ଟାର୍ଗେଟ କରିବା ଠିକ ନୁହେଁ । ଘଟଣାର ତଥ୍ୟ ପ୍ରମାଣ ସହ ସବୁ ଦିଗରୁ ତଦନ୍ତ ହେଉ । ଘଟଣାର ସତ୍ୟତା ସାମ୍ନାକୁ ନଆସିବା ଯାଏ ବିଶେଷ ଭାବେ ଝିଅମାନଙ୍କୁ ବଦନାମ କରାନଯାଉ ବୋଲି କହିଛନ୍ତି ଅଭିନେତ୍ରୀ ପୁପୁଲ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.