ଓଲିଉଡ କଳି: ଫିଟିଲାନି ସମାଧାନର ବାଟ, OFDC ବୈଠକକୁ ଆସିଲେନି ମନୋଜ ମିଶ୍ର

By ETV Bharat Odisha Team

Published : Nov 2, 2023, 5:59 PM IST

thumbnail

କଟକ: ଓଲିଉଡ ବିବାଦର ସମାଧାନ ପାଇଁ ଆଜି ବସିଥିଲା OFDC ବୈଠକ । ହେଲେ ବୈଠକରେ ଯୋଗ ଦେଇନାହାନ୍ତି ଅଭିନେତା ମନୋଜ ମିଶ୍ର । ଯାହାକୁ ନେଇ ଅଭିନେତା ଅରିନ୍ଦମ ରାୟ କହିଛନ୍ତି,"ମୋର ଫିଲ୍ମ 'ରାମ୍'କୁ ବ୍ୟାନ କରିବାକୁ ଯେଉଁଭଳି ଚେଷ୍ଟା ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଏହି ଅଭିଯୋଗ ନେଇ ଯାଇଥିଲି ଓ ସେମାନେ ମନୋଜ ମିଶ୍ରଙ୍କ ଉପରେ ବ୍ୟାନ ଲଗାଇଥିଲେ । ତା'ପରେ  ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ ବହୁ ଚେଷ୍ଟା କରିଛି । ଆଜି ଆମେ ସମସ୍ତେ ବ୍ୟାନ ଉଠାଇବାକୁ ଆସିଲୁ । ହେଲେ ଆଜି ବି ଏଠାକୁ ଆସିଲେ ନାହିଁ ମନୋଜ ମିଶ୍ର ।"

ଏହା ବି ପଢନ୍ତୁ...Ollywood Controversy: OFDC ବୈଠକକୁ ଆସିଲେନି ମନୋଜ, ଫୋନ ବି ଉଠାଉ ନଥିବା କହିଲେ କୁନା ତ୍ରିପାଠୀ

ସେହିପରି ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, "ପ୍ରଯୋଜକ ସଂଘ ପକ୍ଷରୁ ଆଜି ଏଠାରେ ଉପସ୍ଥିତ ଥିବା ସଦସ୍ୟ ରାଜି ହୋଇଛନ୍ତି । ମନୋଜ୍ ଆସିଥିଲେ ସବୁ କିଛି ସମାଧାନ ହୋଇ ପାରି ଥାଆନ୍ତା । କିନ୍ତୁ ସେ ଆସିଲେନି ।" ଏହାସହ ପଯୋଜକ ଟୁଟୁ ନାୟକ ମଧ୍ୟ ମନୋଜଙ୍କ ଅନୁପସ୍ଥିତି ବିରୋଧରେ ବର୍ଷିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.