Same Sex Marriage Verdict: କଣ କହୁଛନ୍ତି ଆଇନଜୀବୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 17, 2023, 10:40 PM IST

କଟକ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଏନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ‘ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ ’ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ‘ଦେଶରେ ସମଲିଙ୍ଗୀ ସମ୍ପର୍କର ଗ୍ରହଣୀୟତା ବଢ଼ିଛି’। ‘ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ’ ବୋଲି କୋର୍ଟ କହିଛନ୍ତି । ତେବେ ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଅର୍ଥାତ ଏନେଇ ସଂସଦ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ । ସମଲିଙ୍ଗୀଙ୍କ ଠାରୁ ପୋଷ୍ୟ ସନ୍ତାନର ଅଧିକାର ଛଡ଼ାଇ ହେବ ନାହିଁ’। ପୋଷ୍ୟ ସନ୍ତାନ ଅଧିକାର ଛଡ଼ାଇବା ଧାରା ୧୫ର ଉଲ୍ଲଙ୍ଘନ ଅଟେ । ମିଳିତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ସମଲିଙ୍ଗୀ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର । ଦେଖନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ କଣ କହୁଛନ୍ତି।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.