ଜାମସେଦପୁରରେ ରାଜ୍ୟପାଳ, ସୂର୍ଯ୍ୟ ମନ୍ଦିରରେ ଦୀପ ଜାଳି ଜଣାଇଲେ ଶୁଭେଚ୍ଛା - ଦୀପ ଜାଳି ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 12, 2023, 11:48 AM IST

ଝାଡଖଣ୍ଡ: ଆଜି ଆଲୋକର ପର୍ବ ଦୀପାବଳି । ଏନେଇ ଉତ୍ସବ ମୁଖର ଗାଁଠୁ ସହର । ଏହି ଅବସରରେ ଗତକାଲି ଓଡ଼ିଶାର ରାଜ୍ୟପାଳ ଜାମସେଦପୁରର ସୂର୍ଯ୍ୟ ମନ୍ଦିରରେ ଦୀପ ଜାଳି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଓଡ଼ିଶାର ରାଜ୍ୟପାଳ ହେବା ପରେ ରଘୁବର ଦାସ ପ୍ରଥମ ଥର ପାଇଁ ଜାମସେଦପୁରରେ ପହଞ୍ଚିଥିଲେ । ସେ ଜାମସେଦପୁରର ସିଦ୍ଧଗୋଡା ସ୍ଥିତ ସୂର୍ଯ୍ୟ ମନ୍ଦିର କମିଟି ପକ୍ଷରୁ ଶ୍ରୀରାମ ମନ୍ଦିର ପରିସରରେ 11 ହଜାର ଦେଶୀ ଘିଅ ଦୀପ ଜାଳିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ । ଏହି ସମୟରେ ରାଜ୍ୟପାଳ ରଘୁବର ଦାସ ମନ୍ଦିର କମିଟି ସଦସ୍ୟଙ୍କ ସହ ଦୀପ ଜାଳି ଦୀପାବଳିର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଥିଲେ । ମନ୍ଦିର ପରିସରରେ ଥିବା ପ୍ରଥମ ଦୀପକୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରଜ୍ୱଳିତ କରିଥିଲେ ଏବଂ ଧୀରେଧୀରେ ଏକ ସୁନ୍ଦର ଧାଡିରେ ଦୀପ ସଜାଯାଇଥିଲା । ଏହି ବିଶେଷ ଉତ୍ସବରେ ମହିଳାମାନେ ଅନେକ ସୁନ୍ଦର ରଙ୍ଗୋଲି ଏବଂ ସଜାଯାଇଥିବା ଦୀପ ତିଆରି କରିଥିଲେ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ଆଗକୁ ନେବାକୁ ସେ ଲୋକଙ୍କୁ ଆହ୍ବାନ ଦେଇଥିଲେ । କୁମ୍ଭାରଙ୍କ ଦ୍ୱାରା ନିର୍ମିତ ମାଟି ଦୀପ ସମେତ ସ୍ଥାନୀୟ ଉତ୍ପାଦର ସର୍ବାଧିକ ବ୍ୟବହାର କରି ଦୀପାବଳିକୁ ସମାଜର ଗରିବ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ତଥା ଖୁସି କରିବାକୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.