ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ, ପରିବେଶ ପ୍ରଦୂଷଣ ନେଇ ଆଲୋଚନା - କୋରାପୁଟରେ ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ
🎬 Watch Now: Feature Video
କୋରାପୁଟ: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ । କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିବାବେଳେ କୋଟସ ଓ ଆଦିବାସୀ ସଂଗ୍ରହାଳୟ ପରିସର ମଧ୍ୟରେ ଶିଶୁ ମାନଙ୍କ ପରିବେଶ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବ୍ୟାପକ ପରିବେଶ ପ୍ରଦୂଷଣ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ପରିବେଶ ଭିତ୍ତିକ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଓ ଆଦିବାସୀ ସଙ୍ଗୀତ ପ୍ରତିଯୋଗିତାରେ ସାମିଲ ହୋଇ ନିଜ ପ୍ରତିଭା ଦେଖାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅକ୍ତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଇଟିଭି ଭାରତ, କୋରାପୁଟ
Last Updated : Feb 3, 2023, 8:36 PM IST