ସରକାରୀ କାର୍ଯ୍ୟାଳୟ ଖାଁ ଖାଁ, ଅଫିସ ଜଗି ରହିଛନ୍ତି ପିଅନ - ganjam

🎬 Watch Now: Feature Video

thumbnail

By

Published : Jun 2, 2023, 10:25 PM IST

ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି ଅମଲା ସଂଘର ଆନ୍ଦୋଳନ । ଯାହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ସରକାରୀ କାର୍ଯ୍ୟାଳୟରେ । ଅମଲାମାନଙ୍କ ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ହୋଇପଡିଛି । ସମସ୍ତ ବିଭାଗର ବିଭିନ୍ନ ସେକ୍ସନ କର୍ମଚାରୀମାନେ ନଥିବାରୁ କେବଳ ପିଅନ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟାଳୟକୁ ଜଗି ରହିଛନ୍ତି । ସେପଟେ ଅମଲାମାନଙ୍କ ଆନ୍ଦୋଳନ ଯୋଗୁଁ ହଇରାଣ ହେଉଛନ୍ତି ସାଧାରଣ ଜନତା । ଅମଲାଙ୍କ ଆନ୍ଦୋଳନ ପରେ କିଭଳି ରହିଛି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେଉଁ ବିଭାଗରେ ତାଲା ପଡିଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ସେକ୍ସନ ଖାଲି ରହିଛି । କେବଳ ପିଅନ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଟେକ୍ନିକାଲ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାର ଦେଖାନାହିଁ । 

ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚର ଡାକରାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଆନ୍ଦୋଳନ ଚାଲିଥିବାବେଳେ ସେମାନେ ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ରୋକ୍‌ଠୋକ୍‌ ଜଣାଇଛନ୍ତି । ଅପରପକ୍ଷେ ଅମଲାଙ୍କ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲେକେ । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.