ମାଟ୍ରିକ ରେଜଲ୍ଟ, ରାଉରକେଲାରେ ବାଜି ମାରିଲେ ଛାତ୍ରୀ - ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ

🎬 Watch Now: Feature Video

thumbnail

By

Published : May 18, 2023, 4:03 PM IST

ରାଉରକେଲା: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ଖୁସି ଦେଖିବାକୁ ମିଳିଛି । ଏଥର ମଧ୍ୟ ପରୀକ୍ଷା ଫଳରେ ଛାତ୍ରମାନଙ୍କ ଠାରୁ ବହୁ ଆଗରେ ଛାତ୍ରୀ ରହିଛନ୍ତି । ତେବେ ରାଉରକେଲା ସହରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ଆଜି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା । ଏହି ସ୍କୁଲରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ଆସି ଆଜି ନିଜ ସ୍କୁଲରେ ରେଜଲ୍ଟ ଦେଖିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ 21 ଜଣ A1 ଗ୍ରେଡ, 87 ଜଣ A2 ଗ୍ରେଡ, 79 ଜଣ B1 ଗ୍ରେଡ, ୪୧ ଜଣ B2 ଗ୍ରେଡ,୧୮ ଜଣ C ଏବଂ ଦୁଇ ଜଣ D ଗ୍ରେଡରେ ପାସ କରିଛନ୍ତି । ଏହାସହ ରାଜ୍ୟରେ ମଧ୍ୟ ଏଥର ଛାତ୍ରମାନଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ରହିଛି ଏବଂ ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଛି । ଏବର୍ଷ ମୋଟ ପାଞ୍ଚ ଲକ୍ଷ ପାଞ୍ଚ ହଜାର ଚାରିଶହ ଚାରି ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ରେ କୃତିତ୍ବ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ ଜଣ ଛାତ୍ରୀ ଥିବା ସୂଚନା ରହିଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.