ବିଧାୟକ ସୁରଙ୍କ ପୁଅଙ୍କ ଜଲୱା, ୧୬୦୦୫ ଫୁଟ ଊର୍ଦ୍ଧ୍ୱରେ ଉଡାଇଲେ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ବାନା

By

Published : Jan 16, 2023, 9:21 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ଓଡ଼ିଆ ପୁଅଙ୍କ କମାଲ । କଂଗ୍ରେସ ବିଧାୟକ ସୁର ରାଉତର ରାୟଙ୍କ ପୁଅ ତଥା ଭୁବନେଶ୍ବର ନିବାସୀ ସିଦ୍ଧାର୍ଥ ରାଉତରାୟ ଆଣ୍ଟର୍କଟିକାର ମାଉଣ୍ଟ ଭିନସନରେ ପ୍ରାୟ ୧୬୦୦୫ ଫୁଟ ଊର୍ଦ୍ଧରେ ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପତାକା ଉଡାଇ ଓଡ଼ିଆର ବୀର ଜାତିର ପରିଚୟ ପ୍ରଦାନ କରିଛନ୍ତି । ସେ ଓଡ଼ିଶାରେ ଖେଳାଯାଉଥିବା FIH ହକି ବିଶ୍ବକପର ପତାକା ମଧ୍ୟ ଉଡାଇଛନ୍ତି । ବିଶ୍ବର କୋଣ ଅନୁକୋଣରୁ ଓଡିଶା ଭୁବନେଶ୍ବର ଏବଂ ରାଉରକେଲା ଆସିଥିବା ହକି ଖେଳାଳି ଏବଂ ହକିପ୍ରେମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସିଦ୍ଧାର୍ଥ ରାଉତରାୟ ହେଉଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ । ଏତେ ଦୁର୍ଗମ ପାହାଡ ଶୃଙ୍ଗକୁ ଯାଇ ଓଡ଼ିଶାର ହକି ଖେଳର ପତାକା ଲଗାଇ ସେ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଭିନ୍ନ ଦେଶର ଶୃଙ୍ଗରେ ଚଢି ନିଜର ଓଡିଶା ପାଇଁ ଇତିହାସ ରଚିଛନ୍ତି । ତାଙ୍କର ଲକ୍ଷ ରହିଛି ବିଶ୍ବର ୯ଟି ମହାଦେଶର ଶୃଙ୍ଗରେ ସେ ଚଢି ଏକ ଇତିହାସ ରଚିବେ। ପୂର୍ବରୁ ସେ ବହୁ ବଡ଼ ବଡ଼ ଶୃଙ୍ଗର ସର୍ବୋଚ୍ଚ ସ୍ଥାନରେ ଚଢି ମହାପ୍ରଭୁ ଜଗନ୍ନାଥଙ୍କ ବାନା ଉଡାଇଛନ୍ତି । ସିଦ୍ଧାର୍ଥ ଏବେ ଆମେରିକାର ଏକ ବଡ଼ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.