Cannes Film Festival: କାନ୍‌ସରେ ଓଡ଼ିଆ ଚଳଚ୍ଚିତ୍ର, ବିଶ୍ବ ଦେଖିଲା ଓଡ଼ିଶା ଭାସ୍କର୍ଯ୍ୟ କଳାର ନିଦର୍ଶନ - କାନ୍‌ସରେ ପ୍ରଦର୍ଶୀତ ହେଲା ଦୁଇଟି ଓଡ଼ିଆ ଚଳଚ୍ଚିତ୍ର

🎬 Watch Now: Feature Video

thumbnail

By

Published : May 24, 2023, 9:47 PM IST

ବଲାଙ୍ଗୀର: କାନ୍‌ସ ଫିଲ୍ମ ଫେଟିଭାଲରେ ପ୍ରଦର୍ଶିତ ହେଲା ଦୁଇଟି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର । ବିଦେଶ ମାଟିରେ ଓଡ଼ିଆ ଚଳଚ୍ଚିତ୍ର Y64 ଏବଂ The Silent Epidemicର ପୋଷ୍ଟର ଓ ଟ୍ରେଲର ରିଲିଜ ହୋଇଛି । ବଲାଙ୍ଗୀର ପ୍ରସିଦ୍ଧ ପୀଠ ଚଉଷଠୀ ଯୋଗିନୀ ପୀଠର କଳା, ସଂସ୍କୃତି ଓ ଇତିହାସ ଉପରେ ଆଧାରିତ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶାର କଳା ଭାସ୍କର୍ଯ୍ୟକୁ ପୁରା ବିଶ୍ବ ଦେଖିଛି । କ୍ଷୁଦ୍ର ଚଳଚ୍ଚିତ୍ର Y64କୁ ନିର୍ମାଣ କରିଛନ୍ତି କେରଳର ପ୍ରଖ୍ୟାତ ସିନେମା ନିର୍ମାତା ତଥା କଳାକାର ଓର୍ବୀ ବିନୋ, ଓନି କ୍ରୀଷ୍ଣନ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରାଣୀପୁର, ଝରିଆଲ, ଚଉଷଠୀ ଯୋଗିନୀ ମନ୍ଦିରରେ ଏହାର ସୁଟିଂ ହୋଇଛି । ସେହିପରି ବଲାଙ୍ଗୀରର ଜିତେନ୍ଦ୍ର ମିଶ୍ର ଓ କଳାହାଣ୍ଡିର ସାଗରିକା ପଣ୍ଡାଙ୍କ ଦ୍ଵାରା ନିର୍ମିତ ସିନେମା The Silent Epidemicରେ ମଧ୍ୟ ଏଠିକାର କଳା, ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି । ଭାରତ ସରକାରଙ୍କ ଇଣ୍ଡିଆନ ପାଭିଲିୟନରେ ଉକ୍ତ ଦୁଇ କ୍ଷୁଦ୍ର ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲରକୁ ପ୍ରଦର୍ଶିତ କରାଯାଇଥିଲା । ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ଚଳଚ୍ଚିତ୍ର ପ୍ରଦର୍ଶନ ମୂଳ ଉଦ୍ଦେଶ୍ୟ ବୋଲି ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର କହିଛନ୍ତି  । ଆଗାମୀ ଦିନରେ ଜର୍ମାନୀରେ ଏହି ଦୁଇଟି ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.