thumbnail

ବ୍ରହ୍ମପୁରରେ ଓଡ଼ିଆ ଚଳଚ୍ଚିତ୍ର ଆଇଆଇସି ଧିରେନର ଅଡିଓ ରିଲିଜ୍

By ETV Bharat Odisha Team

Published : Oct 10, 2023, 10:15 PM IST


ବ୍ରହ୍ମପୁର: ଆସନ୍ତା ୧୩ ତାରିଖରେ ରାଜ୍ୟରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ଆଇଆଇସି ଧିରେନ । ରାଜ୍ୟର ବିଭିନ୍ନ ପ୍ରୋକ୍ଷାଳୟରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ରହିଥିବା ବେଳେ ଏହା ପୂର୍ବରୁ ବ୍ରହ୍ମପୁର ସହରରେ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ହୋଇଛି ।  ସହରର ଆଇଟିଆଇ ଶିକ୍ଷାନୁଷ୍ଠାନର ସଭାଗୃହ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ କରାଯାଇଥିଲା । ଚଳଚ୍ଚିତ୍ର ପୁରା ଭିନ୍ନ ଧରଣର ହୋଇଥିବା ଯୋଗୁଁ ନିଶ୍ଚିତ ରୂପେ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ । ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ଧିରେନ୍ ତ୍ରିପାଠୀ, ଅପ୍ରିତା ସାହୁ, ବିକାଶ ଦାସ, ଶ୍ରୀତମ ଦାସ,  ଜୀବନ ପଣ୍ଡା ଓ ଐଶ୍ୱରିୟା ରହିଛନ୍ତି । ମା’ ଧନଲକ୍ଷ୍ମୀ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଅଜୟ ରଥ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସଂଳାପ ଡାକ୍ତର ରଜନୀ ରଞ୍ଜନ ଲେଖିଥିବା ବେଳେ IIC କିଭଳି ମୃତ୍ୟୁର ରହସ୍ୟରୁ ପରଦା ଉଠାଉଛନ୍ତି ତାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ସିନେମାର ଖଟାମିଠା ସ୍ମୃତି ଓ ଅନୁଭୂତି କଣ ରହିଛି ଆସନ୍ତୁ ଶୁଣିବା । 
 

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.