thumbnail

By ETV Bharat Odisha Team

Published : Oct 25, 2023, 5:13 PM IST

Updated : Oct 25, 2023, 6:37 PM IST

ETV Bharat / Videos

Durga puja in USA: ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

ୱାଶିଂଟନ: ବିଦେଶରେ ଘର ହେଲେ ଓଡିଶାରେ ମନ । ବିଦେଶରେ ରହୁଥିବା ଓଡିଆମାନେ ନିଜ କଳା, ସଂସ୍କୃତି ଓ ପରମ୍ପରାକୁ ଭୁଲି ପାରିନାହାନ୍ତି । ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟର ଟାମ୍ପାରେ ବର୍ଷ ବର୍ଷ ଧରି ଶତାଧିକ ଓଡ଼ିଆ ରହି ଆସୁଛନ୍ତି । ଯେଉଁମାନେ ବାର ମାସରେ ତେର ପର୍ବ ପାଳନ କରିବା ସହ ଓଡିଶାର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ତେବେ ଏହାରି ମଧ୍ୟରେ ଟାମ୍ପା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆମାନେ ଶାରଦୀୟ ଦୁର୍ଗାପୂଜା ବେଶ ଆଡମ୍ବର ସହକାରେ ପାଳନ କରିଛନ୍ତି । 

ଆମେରିକାର ଓଡିଆ ପ୍ରବାସୀ  ସଂଗଠନ ‘ଫ୍ଲୋରିଆ’ ଦ୍ବାରା ଦୁର୍ଗା ପୂଜା ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ସ୍ଥାନୀୟ ଅୟାପ୍ପା ମନ୍ଦିରରେ ଅକ୍ଟୋବର 20 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ପଞ୍ଚଦିନାତ୍ମକ ଶାରଦୀୟ ଦୁର୍ଗାତ୍ସୋବ ଆୟୋଜନ କରିଥିଲା ଫ୍ଲୋରିଆ ସଂଗଠନ । 

ପ୍ରତ୍ୟେକ ଦିନ ମହା ଆଳତୀ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଥିଲା । ଭଜନ ସନ୍ଧ୍ୟା ସହ କୁନିକୁନି ପିଲାମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ମହାନବମୀରେ କନ୍ୟା ପୂଜନ ଓ ଦଶହରା ଦିନ ମହିଳାମାନେ ‘ସିନ୍ଦୂର ଖେଳ’ ସହ ଅପରାଜିତା ବ୍ରତଧାରଣ କରି ସ୍ବାମୀ ଓ ପରିବାରର ଦୀର୍ଘାୟୁ କାମନା କରିଥିଲେ । କେବଳ ଓଡିଆ ନୁହେଁ  ଅନ୍ୟ ଭାରତୀୟ ପ୍ରବାସୀ ମଧ୍ୟ ଏହି ପୂଜାରେ ସାମିଲ ହୋଇଥିଲେ । ଶତାଧିକ ଲୋକଙ୍କ ଯୋଗଦାନ ଫଳରେ କାର୍ଯ୍ୟକ୍ରମ ବେଶ ଧୁମଧାମରେ ପାଳନ କରାଯାଇଥିଲା । ତେବେ ସାତ ସମୁଦ୍ର ତେର ନଦୀ ଦୂରରେ ରହୁଥିବା ପ୍ରତ୍ୟେକ ଭାରତୀୟ ମାଟିର ମହକକୁ ପାସୋରି ପାରି ନାହିଁନ୍ତି । ବିଭିନ୍ନ ପାର୍ବଣରେ ଦେଶ ଠାରୁ ଦୂରରେ ରହି ମଧ୍ୟ ସମସ୍ତ ପୂଜାକୁ ବେଶ ଉତ୍ସାହ ସହକାରେ ପାଳନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଷ୍ଟ୍ରେଲିଆରେ ଓଡ଼ିଶା ସଂସ୍କୃତିର ଝଲକ, ପ୍ରବାସୀ ଓଡିଆ ପାଳିଲେ ‘ଫୁଲ ବଉଳ ବେଣୀ’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Oct 25, 2023, 6:37 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.