OCS Result Out: ‘ଓଡିଶା ପାଇଁ କିଛି କରିବାର ସ୍ବପ୍ନ ଥିଲା’ - ରାକେଶ କୁମାର ସାହୁ 32 ନମ୍ବର ର୍ୟାଙ୍କଧାରୀ

🎬 Watch Now: Feature Video

thumbnail

By

Published : Jul 31, 2023, 11:04 PM IST

ଝାରସୁଗୁଡା: ଆଜି ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବାର ପରୀକ୍ଷାଫଳ । ଏଥିରେ ଝାରସୁଗୁଡା ଜିଲ୍ଲାର ରାକେଶ କୁମାର ସାହୁ 32 ନମ୍ବର ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ଗୁରୁଗାଁଓରୁ ଚାକିରୀ ଛାଡ଼ି ଓପିଏସସି ପ୍ରସ୍ତୁତି ଆରମ୍ଭ କରିଥିଲେ ରାକେଶ  । ମନରେ ଥିଲା ଓଡ଼ିଶାବାସୀଙ୍କ ସେବା କରିବାର ସ୍ବପ୍ନ । ତିନି ବର୍ଷର କଠୋର ପରିଶ୍ରମ କରି ଦ୍ବିତୀୟ  ପ୍ରଚେଷ୍ଟାରେ ସଫଳ ହୋଇଛନ୍ତି ରାକେଶ । ରାକେଶଙ୍କ ବାପାଙ୍କ ନାଁ ରଞ୍ଜନ କୁମାର ସାହୁ । ସେ ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ଚିକିତ୍ସା ସହାୟକ ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ 2016 ମସିହାରେ NIT ପାଟନା ରୁ କୃତକାର୍ଯ୍ୟ ହେଲା ପରେ ଗୁରୁଗାଓଁ ସ୍ଥିତ ମାରୁତି ସୁଜକିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଚାକିରୀ କରୁଥିଲେ ରାକେଶ । ଦ୍ଵିତୀୟ ପ୍ରୟାସରେ ଏହି କୃତକାର୍ଯ୍ୟ ହାସଲ କରିଛନ୍ତି ରାକେଶ । ଦିନକୁ 10 ରୁ 12 ଘଣ୍ଟା ଘରେ ପରିଶ୍ରମ କରୁଥିଲେ । ଏଥିରେ କୌଣସି କୋଚିଂର ସହାୟତା ନେଇ ନାହାଁନ୍ତି । ଏହି ଫଳର ଶ୍ରେୟ ପ୍ରଥମେ ଭଗବାନ, ପରେ ନିଜ ପରିବାର ଏବଂ ଗୁରୁଜନକୁ ଦେଇଛନ୍ତି । ପୁଅ ର ଏହି ସଫଳ ଯୋଗୁଁ ପରିବାର ଖୁସୀର ମାହୋଲ। ଶିକ୍ଷା କ୍ଷେତ୍ରରେ ସୁଯୋଗ ମିଳିଲେ ଏହି କ୍ଷେତ୍ରରେ କାମ କରିବି ବୋଲି କହିଛନ୍ତି ରାକେଶ ।

ଏହାବି ପଢନ୍ତୁ- OCS Result Out: ‘ପ୍ରତିଦିନ ଟାର୍ଗେଟ ସେଟ୍‌ କରି ପାଠ ପଢନ୍ତୁ’

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.