thumbnail

By

Published : May 2, 2023, 9:34 AM IST

ETV Bharat / Videos

ଅନୁଗୋଳରେ ଆରମ୍ଭ ହେଲା ପଛୁଆ ବର୍ଗ ସର୍ବେକ୍ଷଣ

ଅନୁଗୋଳ: ରାଜ୍ୟରେ ଆରମ୍ଭ ହୋଇଛି ପଛୁଆ ବର୍ଗ (OBC) ସର୍ଭେ । ଓଡ଼ିଶାରେ ୫୪ ପ୍ରତିଶତ ଓବିସି ବର୍ଗ ରହିଛନ୍ତି । ପଛୁଆ ବର୍ଗଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ ଆରମ୍ଭ କରିଛନ୍ତି ସର୍ବେକ୍ଷଣ । ସେମାନଙ୍କ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ନେଇ ଏହି ସର୍ବେକ୍ଷଣ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲ୍ଲାର ୮ଟି ଯାକ ବ୍ଲକ ଏବଂ ୩ଟି ସହରାଞ୍ଚଳରେ ୮୨୧ଟି ସର୍ଭେ ସେଣ୍ଟର ହୋଇଛି । ପ୍ରତ୍ୟେକ ସର୍ଭେ ସେଣ୍ଟରରେ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଫର୍ମରେ କିଭଳି ସମସ୍ତ ସୂଚନା ନିର୍ଭୁଲ ଭାବେ ପୂରଣ କରାଯିବ ସେନେଇ ସେମାନଙ୍କୁ ପୂର୍ବରୁ ତାଲିମ ଦିଆଯାଇଛି । ଅଙ୍ଗନବାଡି କର୍ମୀମାନେ ନିଜ ନିଜ ସେଣ୍ଟର ଅଧୀନରେ ଥିବା ଅଞ୍ଚଳରେ ଲୋକଙ୍କୁ ଖବର ଦେଇ ସେଣ୍ଟରକୁ ଡାକୁଛନ୍ତି । ସେମାନଙ୍କର ସମସ୍ତ ସୂଚନା ସଂଗ୍ରହ କରି ଫର୍ମ ପୂରଣ କରୁଛନ୍ତି । ଏହି କାର୍ଯ୍ୟ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.