ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଟଣ୍ଟ ସଞ୍ଜୟ କୁମାର ବାଗ - ଭିଜିଲାନ୍ସ ଟ୍ରାପ
🎬 Watch Now: Feature Video
ନୂଆପଡା: ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟ୍ରାପ । କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଟଣ୍ଟ ସଞ୍ଜୟ କୁମାର ବାଗ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜୟପୁର ଭିଜିଲାନ୍ସ ହାତରେ ଗିରଫ । 20 ହଜାର ଟଙ୍କା ଜବତ ହୋଇଛି । ସୂଚନା ମତେ ଖଡ଼ିଆଳ ନିବାସୀ ବିନୋଦିନି କୈବର୍ତ୍ତ ଖଡ଼ିଆଳ ବନ ଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବରେ ଦୀର୍ଘ ବର୍ଷରୁ କମ କରିଆସୁଥିଲେ । କୌଣସି କାରଣବଶତଃ ବିନୋଦିନି କୈବର୍ତ୍ତ ଚାକିରୀରୁ VRS ନେଇଥିଲେ । ତାଙ୍କ ପେନସନ କରାଇ ଦେବା ବାବଦକୁ ଏକାଉଣ୍ଟଟେନ ସଞ୍ଜୟ କୁମାର ବାଗ 20 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଦାବି ମୁତାବକ ଫରେଷ୍ଟ ଗାର୍ଡ ବିନୋଦିନି କୈବର୍ତ୍ତଙ୍କ ଭାଇ ମନୋଜ କୈବର୍ତ୍ତ ବୁଧବାର 20 ଜହାର ଟଙ୍କା ଲାଞ୍ଚ ବାବଦକୁ ସଂଜୟ କୁମାର ବାଗଙ୍କୁ ଟଙ୍କା ତାଙ୍କ କାର୍ଯ୍ୟାଳୟ ଠାରେ ଦେଉଥିଲେ । ସେହି ସମୟରେ ରେଡହ୍ୟାଣ୍ତ ଧରିଥିଲା ଭିଜିଲାନ୍ସ ଟିମ୍। କୋରାପୁଟ ଭିଜିଲାନ୍ସ sp ଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଭିଜିଲାନ୍ସ dspଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ସଞ୍ଜୟ କୁମାର ବାଗଙ୍କୁ ଗିରଫ କରିବା କରିଛି।
ଇଟିଭି ଭାରତ, ନୂଆପଡା