ଆଜିଠୁ ଜଳିଲା ନୂଆପଡ଼ା ଅଧିଷ୍ଟାତ୍ରୀ ଦେବୀ ମାଁଙ୍କ ଅଖଣ୍ଡ ଦୀପ, ଦଶହରା ପର୍ଯ୍ୟନ୍ତ ଚାଲିବ ନୀତି - ଖଡ଼ିଆଳ ରାଜ ଦରବାର
🎬 Watch Now: Feature Video
ନୂଆପଡା: ନୂଆପଡା ଖଡ଼ିଆଳ ରାଜ ଦରବାର ସମ୍ମୁଖରେ କେଉଁ ଆବାହନ କାଳରୁ ପୂଜା ପାଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଗଡରକ୍ଷକ ମାଁ ରକ୍ତାମ୍ବରୀ । ରାଜାରାଜୁଡା ଶାସନ କାଳରୁ ଉଭୟ ଦେବୀ ମାଁଙ୍କ ଯୁଗେଯୁଗେ ଧରି ଖଡ଼ିଆଳ ରାଜ ପରିବାର ଓ ଅଞ୍ଚଳବାସୀ ଯଥା ରୀତିନିତୀରେ ପୂଜାପାଠ କରି ଆସୁଛନ୍ତି । ମାଁ ସାକ୍ଷାତ ଅଭୟ ବରଦାୟିନୀ, ଦୁଃଖ ନାସିନୀ, ସଙ୍କଟ ତାରିଣୀ ସେଥିପାଇଁ ତ ଖଡ଼ିଆଳ ଅଞ୍ଚଳର ପ୍ରଜାମାନେ ଦୂର ଯାତ୍ରା ଆରମ୍ଭ କଲେ ଦେବୀ ମାଁଙ୍କୁ ସ୍ମରଣ କରି ଯାତ୍ରା କରିଥାନ୍ତି । ଏଭଳି କରିବା ଦ୍ୱାରା ଯାତ୍ରା ମଙ୍ଗଳମୟ ହୋଇଥାଏ ବୋଲି ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ବିଶେଷ କରି ଦଶହରା ଆମାବାସ୍ୟା ପ୍ରତିପଦା ଦିନଠାରୁ ଦଶହରା ଦଶମୀ ପର୍ଯ୍ୟନ୍ତ ଉଭୟ ମାଁଙ୍କ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ଆଜି(ଗୁରୁବାର)ଠାରୁ ପ୍ରତିଦିନ ମାଁଙ୍କ ଆଳତି ସମୟ ସକାଳ ଏବଂ ସନ୍ଧ୍ୟାରେ ଘଣ୍ଟା, ବାଜାର ବ୍ୟବସ୍ଥା କରାଯାଇଥିବା ରାଜ ସେବକ ଯୁବରାଜ ଦେବ ସିଂ ଦେବ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ନୂଆପଡା