thumbnail

By

Published : Aug 9, 2022, 10:38 PM IST

Updated : Feb 3, 2023, 8:26 PM IST

ETV Bharat / Videos

କଂଗ୍ରେସର ଅଗଷ୍ଟ କ୍ରାନ୍ତିକାରୀ ଦିବସ ପାଳନ

ନୂଆପଡ଼ା : ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅଗଷ୍ଟ କ୍ରାନ୍ତିକାରୀ ଦିବସ । ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ ଅନୁସାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ସହଯୋଗରେ ସ୍ବାଧୀନତା ଗୌରବ ଯାତ୍ରା ତଥା ଅଗଷ୍ଟ କ୍ରାନ୍ତିକାରୀ ଦିବସ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନେଇ ସ୍ଥାନୀୟ ଗଣ୍ଡାବାହେଲି ଠାରୁ ସିଙ୍ଗଝର ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରି ଅଗଷ୍ଟକ୍ରାନ୍ତିକାରୀ ପାଳନ କରୁଛି । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଇଟିଭି ଭାରତ, ନୂଆପଡ଼ା
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.