Assam Floods 2023: ବନ୍ୟାରେ ବେହାଲ ଆସାମ, 10 ଜିଲ୍ଲା ପ୍ରଭାବିତ - ବ୍ରହ୍ମପୁତ୍ର
🎬 Watch Now: Feature Video
ଦିସପୁର: ମୌସୁମୀ ବର୍ଷା ପ୍ରଭାବରେ ବେହାଲ ହୋଇଛି ଆସାମ । ନଦୀରେ ବନ୍ୟା ପାଣି ଆସିବା ପରେ ବ୍ରହ୍ମପୁତ୍ର ଘାଟି ଜଳମଗ୍ନ ହୋଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟର 10ଟି ଜିଲ୍ଲା ଜଳମଗ୍ନ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ 37ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ବେଳେ କିଛି ଲୋକ ଘର ମଧ୍ୟରେ ଫସି ରହିଛନ୍ତି । ବିଶ୍ବନାଥ, ଦରଙ୍ଗ, ଘମୋଜି, ଦିବ୍ରୁଗଡ଼, ହୋଜଇ, ଲଖିମପୁର, ନାଗାଓଁ, ସୋନିତପୁର, ତିନସୁକିଆ ଓ ଉଦଲଗୁରି ଜିଲ୍ଲାଗୁଡ଼ିକ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି । ଜୋରହାଟ ଜିଲ୍ଲାର ନିମତିଘାଟରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । ବ୍ରହ୍ମପୁତ୍ର ସମେତ ଅନେକ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ରହିଥିବା ସୂଚନା ମିଳିଛି । 19 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।