thumbnail

5T ସ୍କୁଲ ରୂପାନ୍ତରଣ ନେଇ ସୁରଙ୍କ ପ୍ରଶ୍ନ, କହିଲେ ସ୍କୁଲ ସୁନ୍ଦର ହେଲେ ଶିକ୍ଷକ ନାହାନ୍ତି

By

Published : Mar 22, 2023, 1:00 PM IST

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସ୍ବାଭାବିକ ରହିଥିଲା । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ବିଧାୟକ ସୁର ରାଉତରାୟ 5-T ଯୋଜନାକୁ ନେଇ ତାଙ୍କ ଢଙ୍ଗରେ ଗୃହରେ ପ୍ରଶ୍ନ କରିଥିଲେ । ପ୍ରଶ୍ନ କରି ବିଧାୟକ କହିଥିଲେ ଯେ,''5-T ଏକ ବିୟୁଟିଫୁଲ ଯୋଜନା । ଯିଏ ଯାହା ଭାବୁ 5-T ଚମତ୍କାର । ସ୍କୁଲ ଘର ଗୁଡିକ ଭାରି ସୁନ୍ଦର ଦେଖାଯାଉଛି ହେଲେ ବିଜେଡି ରଙ୍ଗଗୁଡିକ ଯେଉଁ ଦେଉଛ ତାହା ପସନ୍ଦ ଆସୁନାହିଁ । ଲୋକଙ୍କ ପଇସାରେ ସେ ସବୁ ହେଉଛି । 5ଟିର ସମସ୍ତ ପଇସା ଖଣିରୁ ଆସୁଛି । ଯେଉଁ ଷ୍ଟାଣ୍ଡାଡର 5ଟି ସ୍କୁଲ ହେଉଛି ଏବଂ ଯେଉଁ ସ୍ଥାନରେ ହୋଇନାହିଁ ସେଗୁଡିକ କେବେ ହେବ । ସ୍କୁଲକୁ ସବୁ ଦିଆ ହେଉଛି ହେଲେ ମାଷ୍ଟର ନାହାନ୍ତି ।'' ଶିକ୍ଷକ ପଦବୀ ପୂରଣ କରିବାର ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୁର ରାଉରରାୟ । ପ୍ରଶ୍ନ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ରାଜ୍ୟରେ ସ୍କୁଲ ରୂପାନ୍ତରିତ କାର୍ଯ୍ୟ ଆଦୃତ ହୋଇଛି । 2023-24ରେ ସ୍କୁଲ ରୂପାନ୍ତରଣରେ 1 ହଜାର କୋଟି ଖର୍ଚ୍ଚ ହେବ । ମାଧ୍ୟମିକ ସ୍କୁଲରେ ଶିକ୍ଷକ ସମସ୍ୟା ନାହିଁ । 11 ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଚଳିତ ବର୍ଷ  7 ହଜାର ଶିକ୍ଷକ ପଦବୀ ପାଇଁ ପରୀକ୍ଷା ସରିଛି । ଶିକ୍ଷକ ଅଭାବ ରହିବ ନାହିଁ 20 ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି । ଯାହା ରହିଛି ସେଗୁଡିକ ପାଇଁ ପ୍ରକ୍ରିୟା ଜାରି ରହିଛି ।''

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.