thumbnail

By ETV Bharat Odisha Team

Published : Oct 20, 2023, 2:11 PM IST

ETV Bharat / Videos

ସାରା ରାଜ୍ୟରେ ବନ୍ଦ, ବାଲେଶ୍ୱରରୁ ଗଡୁଛି ବସ

ବାଲେଶ୍ବର: ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ରାଜ୍ୟରେ ଆଜିଠୁ ବସ୍ ଧର୍ମଘଟ ହୋଇଛି । ବସ ସେବା ସମ୍ପୂର୍ଣ୍ଣ ଠପ ରହିଛି । ଯାତ୍ରୀମାନେ ବସଷ୍ଟାଣ୍ଡରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବସ୍ ଧର୍ମଘଟରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ବାଲେଶ୍ବରରେ ବସ୍‌ ଚଳାଚଳ ସ୍ବଭାବିକ ରହିଛି । ଏହି ଧର୍ମଘଟରେ ବାଲେଶ୍ବର ବସ୍‌ ସଂଘ ସାମିଲ ହୋଇନାହିଁ । ଆଜି ସକାଳ 6ଟା 30ରୁ ପ୍ରଥମ ବସ୍‌ ବାଲେଶ୍ଵର ସହ ଦେଖୁଣ୍ଟା ବସଷ୍ଟାଣ୍ଡରୁ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା । ସେହିପରି ଜଳେଶ୍ବର, ଦୀଘା, କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ବାଲେଶ୍ୱରରୁ ବସ ଚଳାଚଳ କରିଛି । ବାଲେଶ୍ବର ଘରୋଇ ବସ୍ ସଂଘ ଦ୍ୱାରା ୧୦୦ରୁ ଅଧିକ ବସ୍‌ ବାଲେଶ୍ବରରୁ ଭୁବନେଶ୍ବର, କଟକ, ଭଦ୍ରକ ବାରିପଦା ସମେତ ରାଉରକେଲା ଯାଇଛି । ଗୋଟିଏ ପଟେ ରାଜ୍ୟ ଘରୋଇ ବସ ସଙ୍ଘ ବନ୍ଦ ଡାକରା ଦେଇଥିବା ବେଳେ ଏପଟେ ନିଷ୍ପତିକୁ ବାଲେଶ୍ବର ଘରୋଇ ବସ୍ ସଙ୍ଘ ବିରୋଧ କରି ବସ ଚଳାଇଛି । ପୂଜା ସମୟରେ ବସ ଚଳାଚଳ ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସଂଘର ସଭାପତି ବାଦଲ ଦାସ କହିଛନ୍ତି । ସେହିପରି କିଛି ଯାତ୍ରୀ ବସ ବନ୍ଦ ନେଇ ସୂଚନା ପାଇ ନଥିବା ବେଳେ ସହଦେଵଖୁଣ୍ଟା ବସଷ୍ଟାଣ୍ଡରେ ଦୀର୍ଘ ସମୟ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବସ ମାଲିକ ସଂଘ ପକ୍ଷରୁ ଭୁବନେଶ୍ୱର ଅଭିମୁଖେ ବସ୍‌ ଚଳାଚଳ ସ୍ବଭାବିକ କରାଯିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...Bus Strike Impact: ଗଡୁନି ବସ୍, ପାର୍ବଣରେ ଘରକୁ ଯିବା ନେଇ ଯାତ୍ରୀ ହନ୍ତସନ୍ତ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.