ଶ୍ରୀମନ୍ଦିରରେ ନୀଳାଦ୍ରି ମହୋତ୍ସବ ନୀତି ଅନୁଷ୍ଠିତ - ଦାରୁଦିଁଅଙ୍କ ଜଳାଭିଷେକ

🎬 Watch Now: Feature Video

thumbnail

By

Published : Apr 28, 2023, 7:45 PM IST

ପୁରୀ: ଆଜି ହେଉଛି ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ତିଥିରେ ଶ୍ରୀ ମନ୍ଦିରରେ ପାଳନ ହୋଇଥାଏ ନିଳାଦ୍ରୀ ମହୋଦୟାଷ୍ଟମି । ଏହି ତିଥିରେ ଯଜ୍ଞମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଆଜିର ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । 108 ଜଳ କୁମ୍ଭରେ ଦାରୁଦିଁଅଙ୍କ ଜଳାଭିଷେକ ହୋଇଥାଏ । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହା ତ୍ରୟୋଦଶ ଯାତ୍ରା ତଥା ନିଳାଦ୍ରୀ ମହୋତ୍ସବ । ଏଣୁ ଶ୍ରୀ ମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି ।  

ଆଜି ଅଷ୍ଟମୀରେ ସକାଳ ଧୂପ ଓ ଆଲାଟ ଲାଗି ପରେ ଗମ୍ଭୀରାରେ ପାଣି ପଡ଼ିଥାଏ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନରେ ବିଜେ କରିବେ । ଏହାପରେ ଜଳ ପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଆଜି ତିଥିକୁ ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଏ । ସ୍କନ୍ଦ ପୁରାଣ ଅନୁଯାୟୀ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ସ୍ବୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥଲେ । ଏଣୁ ଆଜିର ତିଥିରେ ଶ୍ରୀମନ୍ଦିରରେ ଅନେକ ବିଧି ଅନୁଷ୍ଠିତ ହୋଇଥାଏ । ବିଶ୍ୱାସ ରହିଛି ଆଜି ତିଥିରେ ଦାନ, ତପସ୍ୟା ଓ ହୋମ ଆଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ ।  

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.