Niladri Bjie: ବଡ଼ ଭାଇଙ୍କ ପରେ ଗୋଟି ପହଣ୍ଡିରେ ଚାନ୍ଦମୁହିଁ ସୁଭଦ୍ରା - ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି
🎬 Watch Now: Feature Video
ପୁରୀ: ଜନ୍ମବେଦୀରେ ଲୀଳାଖେଳା ପରେ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡ଼ ଭାଇଙ୍କ ପଛେ ପଛେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ହଳଦିମୁଖୀ ମା' ଶୁଭଦ୍ରା । ଶେଷରେ ଶ୍ରୀମନ୍ଦିରକୁ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ । ରଥରୁ ମା' ଶୁଭଦ୍ରାଙ୍କୁ କାନ୍ଧେଇ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଯାଇଛି । ଏପଟେ ସଜବାଜ ହେଲେଣି କାଳିଆ ସାଆନ୍ତେ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିଥିଲେ । ଏହାପରେ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା । ଏହି କ୍ରମରେ ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନୀଳକନ୍ଦକୁ ବିଜେ କରାଯାଇଛି । ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । କାହାଳୀ, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ସିଂହଦ୍ବାର । ମହାପ୍ରଭୁଙ୍କୁ ବିଦାୟ ଦେଇ ଭକ୍ତ ଭାବ ବିହ୍ବଳ ହୋଇପଡ଼ିଛନ୍ତି ।