ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଜଗନ୍ନାଥଙ୍କୁ ଦର୍ଶନ କିରବେ ରଘୁବର ଦାସ

By ETV Bharat Odisha Team

Published : Oct 30, 2023, 9:38 AM IST

thumbnail

ପୁରୀ: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ ।  ଟ୍ରେନ୍‌ରେ ଝାଡ଼ଖଣ୍ଡରୁ ଆସି ଆଜି ଭୋର ୫ଟା ୦୫ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ୧୦ଟା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରିଯାପନ କରିବେ ।  ମଙ୍ଗଳବାର ସକାଳେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବ ପାଇଁ ନୂଆ ରାଜ୍ୟପାଳଙ୍କ ୮୦ ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଓଡ଼ିଶା ଆସିଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ସେପଟେ ପୁରୀ ରେଳ ଷ୍ଟେସନ ଠାରେ ରାଜ୍ୟପାଳଙ୍କୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଞ୍ଜିତା ପାଢ଼ୀ ଓ ସାଧାରଣ ସମ୍ପାଦକ ଉମାକାନ୍ତଙ୍କ ଓ ବିଜେପି କର୍ମକର୍ତ୍ତା ମାନେ ଭବ୍ୟ ସ୍ୱାଗତ କରିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀ ଜିଲ୍ଲାପାଳ, ଏସ୍‌ପି ମଧ୍ୟ ନୁଆ ରାଜ୍ୟପାଳଙ୍କୁ ସ୍ଵାଗତ କରିଥଲେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.