thumbnail

ICC World Cup 2023: ନ୍ୟୁଜିଲାଣ୍ଡ ସ୍କ୍ବାଡ୍‌ ଘୋଷଣା କଲେ କ୍ରିକେଟର୍ସଙ୍କ ପରିବାର, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Sep 11, 2023, 4:45 PM IST

ୱେଲିଂଟନ୍‌: ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍‌ । ଏହାରି ଭିତରେ ଭାରତ ସମେତ ୬ଟି ଦେଶର କ୍ରିକେଟ ବୋର୍ଡ ବିଶ୍ବକପ୍‌ ପାଇଁ ନିଜ ନିଜର ଦଳ ଘୋଷଣା କରିସାରିଲେଣି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍‌ସ ପରେ ଆଜି (ସୋମବାର) ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଘୋଷଣା କରିଛି ଏହାର ବିଶ୍ବକପ୍‌ ଦଳ । ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏକ ଅଭିନବ ଶୈଳୀରେ ଦଳ ଘୋଷଣା କରିଛି, ଯାହାକୁ କ୍ରିକେଟ୍‌ପ୍ରେମୀମାନେ ବେଶ ପସନ୍ଦ କରୁଛନ୍ତି । ଦଳ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ବିଶ୍ବକପ୍‌ ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳୁଛି । କେଉଁ କ୍ରିକେଟରଙ୍କ ପତ୍ନୀ ତ କେଉଁ କ୍ରିକେଟରଙ୍କ ମାଆ, ଜେଜେମାଆ ଅଥବା ଛୁଆମାନେ ବିଶ୍ବକପ୍‌ ପାଇଁ ସେମାନଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ବେଶ ପସନ୍ଦ କରିଥିବାବେଳେ ଏହା ଖୁବ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.