ବାଲୁକାକଳାରେ ନୂଆବର୍ଷର ଶୁଭେଚ୍ଛା

By ETV Bharat Odisha Team

Published : Dec 31, 2023, 10:01 PM IST

thumbnail

New Year 2024: 

ପୁରୀ: ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ । ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଦିଆଯାଇଛି ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି । ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
 

ଏହା ମଧ୍ୟ ପଢନ୍ତୁ...ପୁରୀ ବେଳାଭୂମିରେ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖିଲେ ପର୍ଯ୍ୟଟକ

ସେ ତାଙ୍କ ବାଲୁକା କଳାରେ 'Happy New Year ୨୦୨୪' ଲେଖିଛନ୍ତି । ଆଉ ଏହି ବାଲୁକାକଳା ମାଧ୍ୟମରେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ମାନସ କୁମାର ସାହୁ କହିଛନ୍ତି, "ନୂଆବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣି ଦେଉ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ ।" ଏହି ବାଲୁକା କଳାଟି ୨୦ ଫୁଟ ଓସାର ବିଶିଷ୍ଟ ରହିଛି । ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.