ନୂଆବର୍ଷ ୨୦୨୪କୁ ସ୍ୱାଗତ କଲେ ରାଜଧାନୀବାସୀ - ନୂଆବର୍ଷ ୨୦୨୪

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 1, 2024, 9:27 AM IST

New year celebration: ଭୁବନେଶ୍ବର: ବିଦାୟ ନେଇଛି ବର୍ଷ ୨୦୨୩ । ନୂତନ ବର୍ଷ ୨୦୨୪କୁ ନେଇ ସବୁଠି ଉତ୍ସାହର ମାହୋଲ  । ରାଜଧାନୀବାସୀ ପୁରାତନ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି । ରାଜଧାନୀର ବିଭିନ୍ନ କ୍ଲବ ଓ ହୋଟେଲରେ ଆନ୍ଦନ ଓ ଉଲ୍ଲାସ ଦେଖିବାକୁ ମିଳିଛି ।  ବିଶେଷ କରି ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟ ପିଲା ଏବଂ ବୟସ୍କଙ୍କ ନିକଟରେ ଦେଖିବାକୁ ମିଳିଛି ଉତ୍ସାହ । ଲୋକେ ନୂଆବର୍ଷକୁ ଧୁମଧାମରେ  ସେଲିବ୍ରେସନ କରିଛନ୍ତି । ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୁବନେଶ୍ୱର ର ହୋଟେଲ ଗୁଡିକରେ ଜ଼ିରୋ ନାଇଟ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନବ ବର୍ଷର ସ୍ୱାଗତକୁ ଦମଦାର ଓ ରଙ୍ଗୀନ କରିବା ପାଇଁ ଅତିଥିଙ୍କୁ ନିଆରା ଏକ ମହୋତ୍ସବର ଆନନ୍ଦ ହୋଟେଲ ଦେଇଥିବା ବେଳେ ବେଶ ଆଡମ୍ବରରେ ଏହାକୁ ପାଳିଛନ୍ତି ରାଜଧାନୀବାସୀ। ନିଆରା ସ୍ୱାଗତକୁ ନେଇ ନାଚଗୀତର ଆସର ସହ ବଲିଓଡ଼ ଓ ଓଲିଓଡ଼ କଣ୍ଠଶିଳ୍ପୀଙ୍କ ଧୁନରେ ଝୁମି ରାଜଧାନୀବାସୀ ନୂଆ ବର୍ଷର ସ୍ୱାଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆସିଛି ନୂଆବର୍ଷ, ଜିରୋ ନାଇଟରେ ଝୁମିଲେ ରାଉରକେଲାବାସୀ

ଇଟିଭି ଭାରତ,ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.