thumbnail

By

Published : Jan 1, 2023, 9:20 AM IST

Updated : Feb 3, 2023, 8:38 PM IST

ETV Bharat / Videos

ଆସିଛି ନୂଆବର୍ଷ, ଶ୍ରୀଅରବିନ୍ଦଙ୍କ ପାଖରେ ନବବର୍ଷ ପାଳିଲେ କୋରାପୁଟବାସୀ

କୋରାପୁଟ: ଧରାକୁ ଛୁଇଁ ସାରିଛି ନବବର୍ଷ । ନୂତନ ବର୍ଷ 2023କୁ ନେଇ ସବୁଛି ଉତ୍ସାହର ମାହୋଲ । କୋରାପୁଟ ଜିଲ୍ଲାବାସୀ ବିଭିନ୍ନ ଜରିଆରେ ପୁରାତନ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି । ଲୋକେ ବିଭିନ୍ନ ସ୍ଥାନରେ ପାରମ୍ପରିକ ସ୍ଥାନୀୟ ଖାଦ୍ୟ ସେବନ ସହିତ କ୍ୟାମ୍ପ ଫାୟାରର ଆନନ୍ଦ ନେଇଥିବାବେଳେ ରାସ୍ତା ଘାଟରେ ଯୁବ ଗୋଷ୍ଠୀ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରିଥିଲେ । ବିଶେଷ ଭାବେ ଶ୍ରୀ ଅରବିନ୍ଦ ଭବନ ଠାରେ ଅନେକ ବ୍ୟକ୍ତି ଏକତ୍ରୀତ ହୋଇ ଶ୍ରୀ ଅରବିନ୍ଦଙ୍କ ରେଲିକସ ଚତୁଃପାର୍ଶ୍ଵରେ ନିରବ ଧ୍ୟାନ କରି ପୁରାତନ ବର୍ଷ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହିତ ନୂତନ ବର୍ଷକୁ ଆନ୍ତରିକ ଭାବେ ନିରବତାର ସହ ସ୍ବାଗତ କରିଥିଲେ । ଏହି ଅବସରରେ ପଣ୍ଡିଚେରୀ ଆଶ୍ରମରୁ ଆସିଥିବା ନୂତନ ବର୍ଷ କ୍ୟାଲେଣ୍ଡରର ଉନ୍ମୋଚନ କରାଯାଇଥିଲା ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.