ହାଇଦ୍ରାବାଦ: ପ୍ରେକ୍ଷାଳୟରେ ଚାରି ସପ୍ତାହ ପରେ ମଧ୍ୟ 'ପୁଷ୍ପା ୨: ଦ ରୁଲ' କ୍ରେଜ କମିବାର ନା ନେଉନି । ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଏବଂ ଫହାଦ୍ ଫସିଲଙ୍କ ଅଭିନୀତ ଏହି ଜନ ଆକ୍ସନ୍ ଫିଲ୍ମ ନୂଆ ବକ୍ସ ଅଫିସ୍ ରେକର୍ଡ ସ୍ଥାପନ କରି ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଭାବରେ ସ୍ଥାନ ପାଇଛି। ଚଳଚ୍ଚିତ୍ରଟି ଏହାର ଚତୁର୍ଥ ଶନିବାର (ଦିନ 24) ରେ ମୋଟା ଅଙ୍କର ଆୟ କରି ଭାରତରେ 1150 କୋଟି ପାଖାପାଖି ଆୟ କରିଛି ।
Another ALL TIME RECORD by #Pushpa2TheRule in Hindi 💥💥
— Mythri Movie Makers (@MythriOfficial) December 27, 2024
Becomes the FIRST EVER HINDI FILM to collect 100 CRORES+ NETT IN ITS 3RD WEEK taking the total to 740.25 CRORES NETT in 22 days ❤🔥
Book your tickets now!
🎟️ https://t.co/tHogUVEOs1#Pushpa2#WildFirePushpa
Icon Star… pic.twitter.com/hqSQnKKQwr
'ପୁଷ୍ପା ୨' ଭାରତରେ କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ପୁଷ୍ପା ୨' ଚତୁର୍ଥ ଶନିବାର (ଦିନ 24) ରେ 12.5 କୋଟି ଟଙ୍କା ଆୟ କରିଛି । ଏକାଧିକ ଭାଷାରେ ଶକ୍ତିଶାଳୀ ପ୍ରଦର୍ଶନ ସହ ଫିଲ୍ମ ଜୋରଦାର କଲେକ୍ସନ କରୁଛି । ଏହାର ଚତୁର୍ଥ ସପ୍ତାହରେ ମଧ୍ୟ ଚଳଚ୍ଚିତ୍ରଟି ହିନ୍ଦୀରେ ଅତ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି, ଯାହା ମୋଟ ରୋଜଗାରରେ ବିଶେଷ ଅବଦାନ ଦେଇଛି । 24 ଦିନରେ 'ପୁଷ୍ପା ୨' ତେଲୁଗୁ ଭାଷାରେ 2.1 କୋଟି ଟଙ୍କା, ହିନ୍ଦୀରେ 10 କୋଟି, ତାମିଲରେ 35 ଲକ୍ଷ, କନ୍ନଡରେ 4 ଲକ୍ଷ ଓ ମାଲାୟାଲମ ଭାଷାରେ 1 ଲକ୍ଷ ଟଙ୍କା ଆୟ କରିଛି । ତେବେ ଫିଲ୍ମର ମୋଟ ଘରୋଇ କଲେକ୍ସନ 1141.35 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଏହା ମଧ୍ୟ ପଢନ୍ତୁ: ରେବନ୍ତଙ୍କୁ ଭେଟିଲା ସିନେ ଇଣ୍ଡଷ୍ଟ୍ରି ସଂଘ, ମୁଖ୍ୟମନ୍ତ୍ରୀ କହିଲେ ଆଇନ ଶୃଙ୍ଖଳା ସହ ବୁଝାମଣା ହେବନି
'ପୁଷ୍ପା ୨' ବିଶ୍ୱରେ କଲେକ୍ସନ
ସେପଟେ ରିଲିଜ ହେବା ପରଠାରୁ ପୁଷ୍ପା ୨ କେବଳ ଭାରତୀୟ ବକ୍ସ ଅଫିସରେ ନୁହଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଧମାକା ସୃଷ୍ଟି କରିଛି। ବିଶ୍ୱ ବକ୍ସ ଅଫିସରେ 1700 କୋଟି ଟଙ୍କାର ପାର୍ କରି ନୂଆ ରେକର୍ଡ ନିଜ ନାଁରେ କରିଛି । ଫିଲ୍ମ ବିଶ୍ୱରେ 1705 କୋଟି ଆୟ କରିଛି । 'ପୁଷ୍ପା 2' ମାତ୍ର 15 ଦିନ ମଧ୍ୟରେ ବିଶ୍ୱରେ 1508 କୋଟି ଆୟ କରି ସର୍ବାଧିକ ଆୟ କରିଥିବା ଫିଲ୍ମ ବନିପାରିଛି । ବର୍ତ୍ତମାନ ସୁଦ୍ଧା 'ପୁଷ୍ପା 2' , ପ୍ରଭାସଙ୍କ 'କଲ୍କି 2898AD' (1,042.25 କୋଟି), 'କେଜିଏଫ୍: ଚାର୍ପ୍ଟର 2'(1215 କୋଟି), 'RRR' (1230 କୋଟି ଟଙ୍କା), 'ଜବାନ' (1160 କୋଟି ଟଙ୍କା)ର ଆଜୀବନ ବ୍ୟବସାୟକୁ ପଛରେ ପକାଇଛି । ବର୍ତ୍ତମାନ ଆଗାମୀ ଦିନରେ ଏହି ଫିଲ୍ମ 'ବାହୁବଲୀ 2'(1788.06 କୋଟି), ଏବଂ ଦଙ୍ଗଲ (2070.3 କୋଟି) କୁ ପଛରେ ପକାଇବାକୁ ପ୍ରସ୍ତୁତ ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ