ETV Bharat / state

ବନ୍ଦ ହୋଇଯିବ ଆଇନର ଗଳାବାଟ, ତ୍ୱରିତ ନ୍ୟାୟ ପାଇଁ ବସିଲା PPଙ୍କ ବୈଠକ - DIRECTORATE OF PUBLIC PROSECUTION

ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କୁ ନେଇ ବୈଠକ । ଇ-ପ୍ରୋସିକ୍ୟୁସନ ମାଧ୍ୟମରେ ନ୍ୟାୟିକ ବ୍ୟବସ୍ଥାର ହେବ ଉନ୍ନତି ।

Directorate Of Public Prosecution
Directorate Of Public Prosecution (ETV Bharat Odisha)
author img

By ETV Bharat Odisha Team

Published : Feb 8, 2025, 3:51 PM IST

Updated : Feb 8, 2025, 4:16 PM IST

ଭୁବନେଶ୍ବର: ଏଣିକି ଅପରାଧ ଘଟାଇ ଖସି ପାରିବେନି ଅଭିଯୁକ୍ତ । ଆଇନର ଗଳା ବାଟ ଦେଇ ହୋଇପାରିବନି ମାମଲାରୁ ମୁକ୍ତ । ଦୋଷୀ ଯେଉଁଠି ଥିଲେ ବି ଦଣ୍ଡ ମିଳିବ । ତ୍ୱରିତ ହେବ ନ୍ୟାୟିକ ପ୍ରକ୍ରିୟା । ସାଧାରଣ ଲୋକଟିଏ ଜାଣିପାରିବ ତାର ନ୍ୟାୟ ପାଇଁ ହେଉଥିବା ଲଢେଇରେ ସବିଶେଷ ତଥ୍ୟ । ଅପରାଧ କରି ଆଇନର ଜାଲରେ ବନ୍ଧା ହୋଇଥିବା ଅଭିଯୁକ୍ତ ବି ପାଇବ ନ୍ୟାୟିକ ବ୍ୟବସ୍ଥାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ସୁଯୋଗ । ନ୍ୟାୟିକ ବ୍ୟବସ୍ଥାକୁ କିପରି ଆହୁରି କ୍ରିୟାଶୀଳ କରି ହେବ ସେନେଇ ୩୦ ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କୁ ନେଇ ବୈଠକ ବସିଛି ।

ପବ୍ଲିକ ପ୍ରୋସିକ୍ୟୁଟର ବୈଠକ:
ଡାଇରେକ୍ଟର ଅଫ ପବ୍ଲିକ ପ୍ରୋସିକ୍ୟୁସନର ଅଧିନରେ ଥିବା ସମସ୍ତ କ୍ୟାଡ଼ର ପିପି ବା ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଯେଉଁଠି ନୂତନ ଆଇନ ବା ଭାରତୀୟ ନ୍ୟାୟ ସଂହିତା ଓ ନାଗରିକ ସୁରକ୍ଷା ସହିତା ସହ ଇ-ପ୍ରୋସିକ୍ୟୁସନ ଉପରେ ବିଶେଷ ଫୋକସ ଦିଆଯାଇଛି ।

Directorate Of Public Prosecution (ETV Bharat Odisha)

ଏନେଇ ଡାଇରେକ୍ଟର ଅଫ ପବ୍ଲିକ ପ୍ରୋସିକ୍ୟୁସନର ଯୁଗ୍ମ ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ କହିଛନ୍ତି," ଏହା ଦିନିକିଆ ତାଲିମ କର୍ମଶାଳା । ନୂଆ ଭାରତୀୟ ଆଇନ ଆସିବା ପରେ ଗୃହମନ୍ତ୍ରଣାଳୟ ବର୍ତ୍ତମାନ ଇ-ପ୍ରୋସିକ୍ୟୁସନ ଉପରେ ଗୁରୁତ୍ବ ଦେଉଛନ୍ତି । ଏହା ICJSର ଗୋଟିଏ ଅଂଶ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋର୍ଟ ଓ ଇ-କୋର୍ଟ, ଫରେନ୍‌ସିକ ଲାବୋରେଟୋରୀ, ପୋଲିସ ଓ ପ୍ରୋସିକ୍ୟୁସନ ମଧ୍ୟରେ ଏକ ସମନ୍ବୟ ରଖିବା । ପ୍ରତିଟି ମାଲମାର ଗତବିଧି ଓ ତାର ସ୍ଥିତି କ'ଣ ରହିଛି ସେନେଇ ଏକ ଅନଲାଇନ ଫର୍ମାଟରେ ଗୋଟିଏ ସମୟରେ ଏସବୁ ବିଷୟରେ କେମିତି ଅବଗତ ହୋଇପାରିବେ ଏସବୁରେ ମୁଖ୍ୟ ଅଂଶ ହେଉଛି ପବ୍ଲିକ ପ୍ରୋସିକ୍ୟୁଟିଭ । ଇ-ପ୍ରୋସିକ୍ୟୁସନ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ଗୋଟିଏ ଦିନ ତାଲିମ କାର୍ଯ୍ୟକ୍ରମ ରଖାଯାଇଛି । ଇ-ପ୍ରୋସିକ୍ୟୁସନକୁ କିଭଳି ମୋବାଇଲ ଆପ୍‌ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ ସେ ବିଷୟରେ ଜଣାଇବା ପାଇଁ ପ୍ରତ୍ୟେକ ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କୁ ଡକାଯାଇଛି । ଇ-ପ୍ରୋସିକ୍ୟୁସନ ମାଧ୍ୟମରେ ନ୍ୟାୟିକ ବ୍ୟବସ୍ଥାର ଉନ୍ନତି ହେବ । ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ଏହା ସହାୟକ ହେବ ।"

Directorate Of Public Prosecution
Directorate Of Public Prosecution (ETV Bharat Odisha)

ସାମିଲ ହେଲେ 30 ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟର:

ରାଜ୍ୟର ୩୦ଟି ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ନେଇ ଏକ ବୈଠକ ହୋଇଛି । ତୋଷାଳି ଭବନ ଠାରେ ୩୦ଟି ଜିଲ୍ଲାର ସରକାରୀ ଓକିଲ ସହ ଫରେନ୍‌ସିକ, ପୋଲିସ ଓ ମେଡିକାଲ ଡାକ୍ତର ବା ଏକ୍ସପର୍ଟମାନେ ଉପସ୍ଥିତ ରହି କିଭଳି ଏକ ସମନ୍ବୟ ଭିତରେ ନ୍ୟାୟିକ ବ୍ୟବସ୍ଥାକୁ ଟେକ୍ନୋଲୋଜି ମାଧ୍ୟମରେ ଅଗ୍ରଗତି ହେବ, କୋର୍ଟର ଆଇନଗତ ବା ମାମଲାର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ଆଉ କେଉଁଠି ତ୍ରୁଟି ରହୁଛି ତାର ସୁଧାର କରିବା ଦିଗ ଉପରେ ଏକ ସମନ୍ବୟ ଢଙ୍ଗରେ ହୋଇପାରିବ ସେନେଇ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି ।

ଇ-ପ୍ରୋସିକ୍ୟୁସନ, ଇ-କୋର୍ଟ, ସିସିଟିଏନସ ଭଳି ସେସବୁକୁ କିଭିଳି ସଠିକ ଭାବେ ପରିଚାଳନା ଓ ତାର ତଥ୍ୟ ସଠିକ ସମୟରେ ଅପଲୋଡ଼ ହୋଇପାରିବ । ଫଳରେ ଅଭିଯୋଗକାରୀ ମାମଲାର ଶୁଣାଣିର ତାରିଖ ଓ ଷ୍ଟାଟସ୍ ଜାଣିପାରିବ, ସାକ୍ଷୀ ଟିଏ ଘରେ ବସି ଜାଣିପାରିବ କେଉଁ ଦିନ ସାକ୍ଷ୍ୟ ଗ୍ରହଣ ଅଛି । ତଦନ୍ତକାରୀ ଅଧିକାରୀ ଜାଣିପାରିବେ ଯେ, ପରବର୍ତ୍ତୀ ପଦକ୍ଷେପ କ'ଣ ନେବେ ବା କ'ଣ ରିପୋର୍ଟ ଦାଖଲ ହେବ । ମେଡକାଲି ଏକ୍ସପର୍ଟ ଜଣିପାରିବେ ଯେ, କେଉଁ ଦିନ କୋର୍ଟରେ ହାଜର ରହିବାକୁ ପଡିବ । ଏ ସମସ୍ତ ଜିନିଷ ଏକ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ପାଇଁ ଯେଉଁ ଯୋଜନା ରୂପାୟନ ହୋଇଛି ତାକୁ ସଫଳ କରିବା ପାଇଁ ତାଲିମରେ ଅବଗତ କରାଯାଇଛି ।

ନୂଆ ଆଇନରେ ଟେକ୍ନୋଲୋଜିକୁ ଗୁରୁତ୍ବ:

ପୂର୍ବରୁ କୌଣସି ମାମଲାରେ ପ୍ରତ୍ୟକ୍ଷ ପ୍ରମାଣ ବା ସାକ୍ଷୀର ଏକ ବଡ଼ ଭୂମିକା ଥିଲା । କିନ୍ତୁ ଏବେ ପ୍ରତ୍ୟେକ ମାମଲାର ଡିଜିଟାଲ ପ୍ରମାଣର ଗୁରୁତ୍ବ ରହିଛି । ଅର୍ଥାତ କୌଣସି ଅପରାଧର ଅଡିଓ ଭିଡିଓ ପ୍ରମାଣ ଥିଲେ ଏହାକୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବରେ ନିଆଯିବ‌ । ପୂର୍ବରୁ ଅଡିଓ ଓ ଭିଡ଼ିଓ ଗ୍ରହଣୀୟ ନଥିଲା । ଫଳରେ ପ୍ରମାଣ ଅଭାବରୁ ଦୋଷୀ ଖସି ଯାଉଥିଲେ । ଏବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୋଲିସ ଆଗରେ ରେକର୍ଡ ପରେ ଯଦି କୋର୍ଟରେ ସାକ୍ଷୀ ବୟାନ ବଦଳାଉଛି ‌ତେବେ ଅଡିଓ ଭିଡିଓ ପ୍ରମାଣ ହିଁ ତାହା ପ୍ରମାଣିତ କରିବ । ଅର୍ଥାତ୍ ସାକ୍ଷୀ ପ୍ରଭାବିତ ହୋଇ ବୟାନ ବଦଳାଇପାରବ ନହିଁ । ସାକ୍ଷୀ ସୁରକ୍ଷା ଭିକ୍ଟିମ ପ୍ରୋଟେକ୍ସନ ମାଧ୍ୟମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..

ନାଁ ଘୋଷଣା କରି ଦେଲେ ନାହିଁ ମେଡାଲ, ଦୁଇ IPSଙ୍କୁ ମିଳିଲାନି ରାଜ୍ୟପାଳ ପଦକ

ରାଜ୍ୟପାଳଙ୍କଠୁ ପୋଲିସ ସେବା ପଦକ ଗ୍ରହଣ କଲେ ଦକ୍ଷ ଅଧିକାରୀ

ଇ-ସମନ:
ପୂର୍ବରୁ ଡାକ ଯୋଗେ କୋର୍ଟ ସମନ ପହଞ୍ଚୁଥିଲା । ସାକ୍ଷୀ ବା କୋର୍ଟରେ ହାଜର ପାଇଁ ସମନ ଯାଉଥିଲା । ତାହା ଏବେ ତ୍ୱରିତ ପହଁଚିବା ପାଇଁ ଇ-ସମନ, ହ୍ବାଟସପ ବା ଇ-ମେଲ ଜରିଆରେ ପଠାଇ ହେବ । ଯଦି ସାକ୍ଷୀ ଦୂରରେ ଅଛି, ଓ ମାମଲାର ସାକ୍ଷ୍ୟ ସମୟରେ ହାଜର ଆବଶ୍ୟକତା ଅଛି ସେ ନିଜେ ଆସି କୋର୍ଟରେ ହାଜର ନ ହୋଇ ଅନଲାଇନ ଜରିଆରେ ହାଜର ହୋଇପାରିବ । ନିଜର ମତ ବା ତଥ୍ୟ ଉପସ୍ଥାପନା କରିପାରିବ । ଫଳରେ ଆଉ ତାରିଖ ଘୁଞ୍ଚିବ ନାହିଁ କିମ୍ବା ଶୁଣାଣି ବିଳମ୍ବ ହେବନାହିଁ । କେବଳ ପୋଲିସ ନୁହେଁ ମେଡିକାଲ ଅଫିସର ବା ଜେଲରେ ଥିବା ଅଭିଯୁକ୍ତ ମଧ୍ୟ ଜେଲରୁ ଥାଇ କୋର୍ଟରେ ହାଜର ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 8, 2025, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.