ETV Bharat / state

ଖୋର୍ଦ୍ଧାରେ ଉଚ୍ଛେଦ ହେଲା ୧୩୦ରୁ ଉର୍ଦ୍ଧ୍ବ ଉଠା ଦୋକାନ - KHORDHA EVICTION

ଖୋର୍ଦ୍ଧା ସହରରେ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ । ୧୩୦ରୁ ଉର୍ଦ୍ଧ୍ବ ଉଠା ଦୋକାନ ଉଚ୍ଛେଦ କରାଯାଇଛି ।

Eviction Drive In Khordha City
Eviction Drive In Khordha City (ETV Bharat Odisha)
author img

By ETV Bharat Odisha Team

Published : Dec 29, 2024, 2:26 PM IST

ଖୋର୍ଦ୍ଧା: ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମୋକଦ୍ଦମାର ଅନ୍ତ ଘଟିଛି । ଶେଷରେ ପ୍ରଶାସନ ଖୋର୍ଦ୍ଧାରୁ କ୍ୟାବିନ ଉଚ୍ଛେଦ କରିବାରେ ସଫଳ ହୋଇଛି। ଦୀର୍ଘ ୩୦ ବର୍ଷ ପରେ ଖୋର୍ଦ୍ଧାରୁ କ୍ୟାବିନ ହଟାଇବାରେ ପ୍ରଶାସନ ସଫଳ ହୋଇଛି । ଆଜି ସକାଳୁ ସକାଳୁ ଦୋକାନ ତାଲା ଭାଙ୍ଗି ବୁଲୋଡୋଜର ଲଗାଇ ପ୍ରଶାସନ ଟ୍ରାଫିକ ଛକ ଠାରୁ, ସମବାୟ ବ୍ୟାଙ୍କ ଛକ, ଫରେଷ୍ଟ କଲୋନୀ ଛକ, ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ଥିବା ସମସ୍ତ କ୍ୟାବିନକୁ ଉଚ୍ଛେଦ କରିଛି । କିଛି ଦୋକାନୀ ଥଇଥାନ ଦାବିରେ ଉଚ୍ଛେଦ ବିରୋଧ କରିଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇନାହିଁ । ପ୍ରଶାସନ ସବୁକୁ ଅଗ୍ରାହ୍ୟ କରି ଉଚ୍ଛେଦ ପ୍ରକ୍ରିୟା କରି ଚାଲିଥିଲା ।

Eviction Drive In Khordha City (ETV Bharat Odisha)

ଜବରଦଖଲ ଉଚ୍ଛେଦ:

ଖୋର୍ଦ୍ଧା ସହରକୁ ସୁନ୍ଦର କରି ଗଢି ତୋଳିବାକୁ ପ୍ରଶାସନର ଏହି ଉଦ୍ୟମକୁ ସହରବାସୀ ସ୍ବାଗତ କରିଥିବାବେଳେ ଉଚ୍ଛେଦ ହୋଇଥିବା ଦୋକାନକୁ ଥଇଥାନ କରିବା ଦିଗରେ ପ୍ରଶାସନ ଉଦ୍ୟମ କରିବାକୁ ମତ ଦେଇଛନ୍ତି । ବ୍ୟବସାୟୀମାନଙ୍କ ଆପତ୍ତି ଅଭିଯୋଗ ସବୁ ଶୁଣାଣି ହୋଇ ସେମାନଙ୍କ ଥଇଥାନ ଦିଗରେ ପ୍ରଶାସନ ପଦକ୍ଷେପ ନେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଆଜି ଉଚ୍ଛେଦ ସମୟରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାର୍ଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ମୋଟ ୧୬୬ ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି । ସେମାନଙ୍କୁ ବାଦ ଦେଇ ଅନ୍ୟ କ୍ୟାବିନ ଗୁଡ଼ିକୁ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ୧୩୦ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରାଯିବ ଓ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ।

Eviction Drive In Khordha City
Eviction Drive In Khordha City (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ସହରରେ ଧାରା 163 : ଉଚ୍ଛେଦକୁ ବିରୋଧ ପରେ ନରମିଲା ପ୍ରଶାସନ, ବ୍ୟବସାୟୀଙ୍କୁ 5 ଦିନର ମହଲତ

ଏହା ମଧ୍ୟ ପଢ଼ନ୍ତୁ...ଜବରଦଖଲ ଜମିରେ ଥିବା ଅଟାଳିକାରେ ଚଢିବ ବୁଲଡୋଜର: ରାଜସ୍ୱ ମନ୍ତ୍ରୀ

ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ:

ଏନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, "୧୬୬ଟି ଦୋକାନ ମଧ୍ୟରୁ ୧୩୦ଟିକୁ ଦୋକାନକୁ ସ୍ଥାନାନ୍ତରିତ କରାଯାଇଛି । ଯେଉଁ ଦୋକାନ ପାଇଁ କୋର୍ଟଙ୍କ ରହିତାଦେଶ ଅଛି ସେଗୁଡିକୁ ସ୍ଥାନନ୍ତର କରାଯାଇନାହିଁ । ରହିତାଦେଶ ହଟିବା ପରେ ଆମେ ଯାହା ପଦକ୍ଷପ ନେବୁ । ସମସ୍ତଙ୍କୁ ଥଇଥାନର ବ୍ୟବସ୍ଥା କରିଛୁ । ସେମାନଙ୍କ ପାଇଁ ଭେଣ୍ଡିଂ ଜୋନ କରାଯାଇଛି ଓ ଆଲର୍ଟ କରିବା ପାଇଁ ଡକ୍ୟୁମେଣ୍ଟେସନ କରାସରିଛି । ଯେତେଶୀଘ୍ର ଯାଇ ସେମାନେ ବେପାର ଆରମ୍ଭ କରିପାରିବେ ।" ଏଠାରେ ସୂଚନାଯୋଗ୍ୟ ଗତ ଡିସେମ୍ବର ୧୦ ତାରିଖରେ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତି କରୁଥିବା ବେଳେ ବ୍ୟବସାୟୀ ମହସଂଘ ଏହାକୁ ଜୋରଦାର ବିରୋଧ କରିଥିଲା । ଏହାପରେ ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟ ରେ ଆଲୋଚନା ହୋଇ ଉଚ୍ଛେଦ ପ୍ରକ୍ରିୟା ୫ ଦିନ ପାଇଁ ସ୍ତଗିତ ରଖାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.