ETV Bharat / entertainment

ନୂଆବର୍ଷରେ ଫ୍ୟାନ୍ସଙ୍କୁ ବର୍ଷା ପ୍ରିୟଦର୍ଶିନୀଙ୍କ ଭେଟି, 'ୱାଇଫ' ସହ ପରଦାରେ କରିବେ ଧମାକା - ODIA FILM WIFE

ଓଡ଼ିଆ ଫିଲ୍ମ 'ୱାଇଫ' ସହ ପୁଣି ପରଦାକୁ ଫେରୁଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କେବେ ରିଲିଜ ହେବ? ଜାଣନ୍ତୁ,

ODIA FILM WIFE
ODIA FILM WIFE (ETV Bharat Odisha)
author img

By ETV Bharat Entertainment Team

Published : Dec 29, 2024, 1:28 PM IST

ଭୁବନେଶ୍ୱର: ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ବର୍ଷା ପ୍ରିୟଦର୍ଶିନୀଙ୍କ ଭେଟି । ଓଡ଼ିଆ ଫିଲ୍ମ 'ୱାଇଫ' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଓଡ଼ିଆ ଫିଲ୍ମ 'ୱାଇଫ' ସହ ଫେରୁଛନ୍ତି ବର୍ଷା । ବର୍ତ୍ତମାନ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇଛି । ନୂଆ ବର୍ଷ ଅବସରରେ ଜାନୁଆରୀ 3ରେ ରିଲିଜ ହେବ ଫିଲ୍ମ । ନାରୀ ଜୀବନର ତ୍ୟାଗ ସମର୍ପଣ ଓ ବଳିଦାନର କାହାଣୀ ଏଥିରେ ଦେଖିବାକୁ ମିଳିବ ।

ODIA FILM WIFE (ETV Bharat Odisha)

'ୱାଇଫ' ଷ୍ଟାରକାଷ୍ଟ

ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ବର୍ଷା ପ୍ରୟଦର୍ଶିନୀ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଜୟଜିତ । ଉଭୟଙ୍କ ଯୋଡି ଚଳଚିତ୍ରକୁ ଆହୁରି ବଳିଷ୍ଠ କରିଥିବା ବେଳେ ଜଣେ ନାରୀର ବୈବାହିକ ଜୀବନ ଯନ୍ତ୍ରଣା କିଭଳି ଶାଶୁ ଘରର ଚାରି କାନ୍ଥରେ ଲୁଚୁଯାଏ ଆଉ ସେ ତାର ଅଧିକାର ପାଇଁ କିଭଳି ଜୀବନ ସାରା ଲଢେଇ କରେ ତାହା ହିଁ ଚିତ୍ରିତ ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ନୂଆ ଚଳଚ୍ଚିତ୍ର "ୱାଇଫ"ର ସ୍ପେସିଆଲ ସ୍କ୍ରିନିଂ ଶନିବାର ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ଦେଖିଛନ୍ତି ।

ODIA FILM WIFE
ODIA FILM WIFE (ETV Bharat Odisha)
'ୱାଇଫ' କାହାଣୀ

'ୱାଇଫ' କାହାଣୀ ବିଷୟରେ କହିବାକୁ ଗଲେ, 'ୱାଇଫ'ର ଅକୁହା କାହାଣୀର ମୁକସାକ୍ଷୀ କେବଳ ସେ ଘରର ଚାରିକାନ୍ଥ । 'ୱାଇଫ'ର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ ହେଉଛନ୍ତି କେବଳ ଭଗବାନ । ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି । ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥା କିଭଳି କରଣୀୟ ତାହା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର 'ୱାଇଫ'ରେ ଦେଖିବାକୁ ମିଳିବ ।

ODIA FILM WIFE
ODIA FILM WIFE (ETV Bharat Odisha)

ବର୍ଷାଙ୍କ ଜୀବନୀ କାହାଣୀ କି 'ୱାଇଫ' ଫିଲ୍ମ ? ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ

ଚଳଚ୍ଚିତ୍ରରେ ଭରପୁର ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ସାମାଜିକ ବାର୍ତ୍ତା ରହିଛି । ଯାହା ଦର୍ଶକ ନିଜ ଜୀବନ ସହିତ ସଂଯୋଗ କରିପାରିବେ ବୋଲି କହିଛନ୍ତି ବର୍ଷା । କେବଳ ସେତିକି ନୁହେଁ ବାହାଘର ପରେ ଓଡ଼ିଆ ସଂସ୍କୃତି, ଜଗନ୍ନାଥ ସଂସ୍କୃତି ଆଉ ଲକ୍ଷ୍ମୀପୁରାଣରେ ମଧ୍ୟ ବିଛେଦ ନାହିଁ ଏହି ବାର୍ତ୍ତା ଦେଇ ଫିଲ୍ମଟି କରାଯାଇଥିବା ଅଭିନେତ୍ରୀ ବର୍ଷା କହିଛନ୍ତି । ଏଥିସହ ବିବାହ ବିଛେଦ ନୁହେଁ ଏକ ବନ୍ଧନ ଏହି ବାର୍ତ୍ତାକୁ ନେଇ ଏହି ଓଡ଼ିଆ ଚଳଚିତ୍ର ରିଲିଜ ହେବାକୁ ଯାଉଥିବା ବେଳେ ନିଜ ଜୀବନର କାହାଣୀ ସହ ସମାନ କଥାକୁ ଅଗ୍ରାହ୍ୟ କରିଛନ୍ତି ବର୍ଷା । ଏହା କେବଳ ସିନେମା ଆଉ ଯାହା ଏକ ସାମାଜିକ କାହାଣୀ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ODIA FILM WIFE
ODIA FILM WIFE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ମୋଶନ ପୋଷ୍ଟର ଆଉଟ୍, ଲେଡି ବସ୍ ଲୁକରେ ବର୍ଷା ପ୍ରିୟଦର୍ଶିନୀ

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ । ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ । କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ ଟି ଗୀତ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି । ତେବେ ନାରୀର ଏହି ଅକୁହା ଯାତ୍ରାର ସ୍ପେସିଆଲ୍ ସ୍କ୍ରିନିଂରେ ଅନେକ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ, ରିପୋର୍ଟର୍ସ, ସୋସିଆଲ ମିଡ଼ିଆ ରିପୋର୍ଟର୍ସ, ଓଲିଉଡର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ସିନେ ସମୀକ୍ଷକ ଓ ୱାଇଫ ଚଳଚ୍ଚିତ୍ରର ସମସ୍ତ କ୍ରିଉ ଏକାଠି ଦେଖି ପ୍ରଶଂସା କରିଥିଲେ । ସେପଟେ ସାମାଜିକ ବାର୍ତା ଵହନ କକରୁଥିବା ଏହି ଚଳଚିତ୍ର ଓଡ଼ିଆ ଦର୍ଶକଙ୍କୁ ନିଶ୍ଚୟ ଛୁଇଁବ ବୋଲି କହିଛନ୍ତି ଅଭିନେତା ଜୟଜିତ । ଏହି ଚଳଚ୍ଚିତ୍ରଟି ସାମାଜିକ ବାର୍ତ୍ତାକୁ ନେଇ କରାଯାଇଥିବା ପ୍ରଯୋଜକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.