thumbnail

By ETV Bharat Odisha Team

Published : Dec 18, 2023, 6:40 AM IST

ETV Bharat / Videos

ଜଗତସିଂହପୁରରେ ରେଡ଼ିଓ ଆଉଟରିଚ୍‌ ଲୋକାର୍ପିତ, ଖବର ସହ ମନୋରଞ୍ଜନର ଖୋରାକ୍‌ ପାଇବେ ଶ୍ରୋତା

ଜଗତସିଂହପୁର: ଲୋକାର୍ପିତ ହେଲା ଅନ୍ୟତମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ଆଉଟରିଚ । ଏହି ବେତାର କେନ୍ଦ୍ର ଦିନକୁ 11 ଘଣ୍ଟା ପ୍ରସାରିତ ହେବ । ସକାଳ 6ଟାରୁ ଦିନ 12 ଟା ପର୍ଯ୍ୟନ୍ତ ପ୍ରଥମ ପ୍ରସାରଣ ଏବଂ ସନ୍ଧ୍ୟା 5ଟାରୁ ରାତି ୧୦ ପର୍ଯ୍ୟନ୍ତ ଦ୍ୱିତୀୟ ଅଧିବେଶନ ପ୍ରସାରିତ ହେବ ।  

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲର ଶ୍ରୀରାମପୁରଠାରେ ଲୋକାର୍ପିତ ହୋଇଛି ଅନ୍ୟତମ ଗୋଷ୍ଠୀ ବେତାର କେନ୍ଦ୍ର । ତେବେ ରେଡ଼ିଓ ଆଉଟରିଚ ନାମରେ ଲୋକାର୍ପିତ ହୋଇଛି ଏହି ବେତାର କେନ୍ଦ୍ର । ଏହି ବେତାର କେନ୍ଦ୍ର ଦିନକୁ 11 ଘଣ୍ଟା ପ୍ରସାରିତ ହେବ । ସକାଳ 6ଟାରୁ ଦିନ 12ଟା ପର୍ଯ୍ୟନ୍ତ ପ୍ରଥମ ପ୍ରସରଣ କରାଯିବା, ପୁଣି ସନ୍ଧ୍ୟା 5ଟାରୁ ରାତି ୧୦ ପର୍ଯ୍ୟନ୍ତ ଦ୍ୱିତୀୟ ଅଧିବେଶନ ପ୍ରସାରିତ ହେବ । ଏହି ବେତାର କେନ୍ଦ୍ରରୁ କୃଷି ସୂଚନା, ସ୍ୱାସ୍ଥ୍ୟ ସୂଚନା, ନାଟକ, ଲୋକଗୀତ, ପାଲା, ଆଦି ପ୍ରସାରଣ ହେବ । ସେହିପରି ଆକାଶବାଣୀ କଟକ ଓ ଦିଲ୍ଲୀ କେନ୍ଦ୍ରରୁ ସମ୍ବାଦ ରିଲେ କରି ପ୍ରଚାର କରାଯିବ । ଏହି ବେତାର କେନ୍ଦ୍ରର ଲୋକାର୍ପିତ ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ତୃପ୍ତି ଦାସଙ୍କ ସହ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱର ଏମ୍ସରେ କର୍ମଶାଳା, ସାପକୁ ଅସ୍ତ୍ର ଭାବେ ବ୍ୟବହାର ଉପରେ ଚର୍ଚ୍ଚା

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.