ଆସୁଛନ୍ତି ଜଗତ ଜନନୀ, ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମା ଭଗବତୀ - ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା
🎬 Watch Now: Feature Video
ଖୋର୍ଦ୍ଧା: ପବିତ୍ର ପାର୍ବଣର ଆଗମନ ସହ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ରି ପୂଜାର୍ଚ୍ଚନା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ଦୀର୍ଘ 9 ଦିନ ବ୍ୟାପି ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଏହି କ୍ରମରେ ବାଣପୁର ସହରର ପଶ୍ଚିମ ଦିଗରେ ଘଣ୍ଟଶିଳା ପାହାଡ ନିକଟ ଶାଳିଆ ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ମାଆ ଭଗବତୀଙ୍କ ପୀଠରେ ପାରମ୍ପାରିକ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । 40 ଫୁଟ ଉଚ୍ଚ ଏହି ଦେଉଳରେ ଥିବା ଦେବୀ ଭଗବତୀ ପ୍ରାୟ 5 ଫୁଟ ଉଚ୍ଚର ଅଷ୍ଟଭୁଜା ପ୍ରସ୍ତର ମୂର୍ତ୍ତିରେ ପୂଜା ପାଉଛନ୍ତି । ଆଶ୍ବିନ ଆଗମନରେ ମାଆ ଭଗବତୀଙ୍କ ପୀଠରେ ବିଭିନ୍ନ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:28 PM IST