ଅନୁଗୋଳ: ଗଛ କାନ୍ଦୁଛି ! ବନାଞ୍ଚଳ ଅଧିକାରୀଙ୍କ ଆଖିରେ ଲୁହ । ପରିବେଶପ୍ରେମୀ ଲଣ୍ଡା ହୋଇ ଅଭିନବ ପ୍ରତିବାଦ କରୁଛନ୍ତି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
କୋଇଲା ଖଣି ପାଇଁ ଗଛକଟା:
ଏକ ଘରୋଇ କୋଇଲା ଖଣି ପାଇଁ ଜଙ୍ଗଲରୁ ଗଛ କଟା ଆରମ୍ଭ କରାଗଲା । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଏକାଧିକ କୋଇଲା ଖଣି ଖନନ ପାଇଁ ପ୍ରସ୍ତୁତି ସରିଛି । ଖୁବ ଶୀଘ୍ର ଜିଏମଡିସି, ସିଙ୍ଗରାଣୀ ଏବଂ ରୁଙ୍ଗଟା ଖଣି ଖନନ କରାଯିବ । ଏହି ସବୁ ଖଣି ଖନନ ପାଇଁ ବ୍ୟାପକ ଶାଳ ଜଙ୍ଗଲ କଟାଯିବ । କିଛି ଦିନ ପୂର୍ବେ GMDC ଖଣି ପାଇଁ ଗଛ କାଟିବାକୁ ପୂଜାର୍ଚ୍ଚନା କରାଯାଇଥିଲା । ଦୁଇ ଦିନ ପୂର୍ବେ ସିଙ୍ଗରାଣୀ ଖଣି ପାଇଁ ଗଛ କାଟିବାକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ପରେ କିଛି ଶାଳ ଗଛ କାଟି ଧରାଶାୟୀ କରାଯାଇଥିଲା। ସେତେବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ, ବନ ନିଗମର ଅଧିକାରୀ ଏବଂ ଖଣି ଅଧିକାରୀମାନେ ଉପସ୍ଥିତ ଥିଲେ।
କାନ୍ଦି ପକାଇଲେ ବନାଞ୍ଚଳ ଅଧିକାରୀ:
ଗଛ କାଟିବା ପରେ ଏକ ବିରାଟ ଶାଳ ଗଛରୁ ଥପ ଥପ ହୋଇ ପାଣି ପଡିଥିଲା । ସତେ ଯେମିତି ମନେ ହେଉଥିଲା ଗଛଟି କାନ୍ଦୁଛି । ବର୍ଷ ବର୍ଷ ଧରି ଗଛଟି କ'ଣ କିଛି ନଦେଇଛି । ଲୋକଙ୍କୁ ଅମ୍ଳଜାନ ଠାରୁ ଆରମ୍ଭ କରି ଝୁଣାପତ୍ର ଓ କାଠ ସବୁ କିଛି ଦେଇ ଆସିଛି । ଗଛରୁୁ ପାଣି ଏହା ଦେଖି ପାଖରେ ଥିବା ଛେଣ୍ଡିପଦା ବନାଞ୍ଚଳର ମହିଳା ଅଧିକାରୀ ଜଣକ ନିଜର କୋହ ଅଟକାଇ ପାରିନଥିଲେ । ଭୋ ଭୋ ହୋଇ କାନ୍ଦି ପକାଇଥିଲେ। କାରଣ ସେ ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ, ସକାଳ ହେଲେ ଗଛ ଗୁଡିକ ସୁରକ୍ଷିତ ଅଛନ୍ତି କି ନାହିଁ ଦେଖୁଥିଲେ । ଆଜି ସେ ଗଛ ଗୁଡିକ ସବୁଦିନ ପାଇଁ ତାଙ୍କଠାରୁ ବିଦାୟ ନେଇଗଲେ । ଏମିତି ଚିନ୍ତା କରି କାନ୍ଦି ପକାଇଥିଲେ । ସେ ଅଞ୍ଚଳବାସୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ।
ଅଭିନବ ପ୍ରତିବାଦ:
ରାତି ପାହିଲେ ଲୋକେ ଜଙ୍ଗଲ ଦେଖୁଥିଲେ। ଗାଈ, ଛେଳି ନେଇ ଚରାଇବାକୁ ଯାଉଥିଲେ। ଶାଳ ପତ୍ର ସଂଗ୍ରହ କରି ଖଲି, ଚଉପଦୀ ତିଆରି କରି ବିକ୍ରି କରୁଥିଲେ। ହେଲେ ତାଙ୍କ ଆଖି ଆଗରେ ସବୁ କିଛି ଧ୍ୱଂସ ହେଉଥିବା ଦେଖୁଛନ୍ତି । ଛେଣ୍ଡିପଦା ଅଞ୍ଚଳର ଜଣେ ପରିବେଶପ୍ରେମୀ ଅଭିନବ ଢଙ୍ଗରେ ପ୍ରତିବାଦ କଲେ। ବ୍ୟାପକ ଗଛ କଟାଯାଉଥିବାରୁ ସେ ନିଜେ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କରିଥିଲେ । ଯଜ୍ଞ କରି ଗଛର ଆତ୍ମାର ସଦଗତି କାମନା କରିଥିଲେ। ଭୋଜିଭାତ କରି ଲୋକଙ୍କୁ ଖାଇବାକୁ ଦେଇଥିଲେ । କାରଣ ଯେଉଁ ଗଛ ସବୁ କଟାଯାଉଛି ସେ ଗଛଗୁଡିକ ଆଉ କେବେ ଫେରିବେ ନାହିଁ । ଗଛ ଗୁଡିକ ଯେଉଁ ଅବିରତ ସେବା ପ୍ରଦାନ କରୁଥିଲେ ତାହା ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।
କୋଇଲା ଖଣି ପାଇଁ ଜଙ୍ଗଲ କ୍ଷୟ:
ଏହା ବି ପଢନ୍ତୁ...ଜନଶୁଣାଣି କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ, ଉଡିଲା ଚେୟାର ଏହା ବି ପଢନ୍ତୁ...ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing |
କ୍ଷୋଭ ପ୍ରକାଶ କଲେ ପରିବେଶପ୍ରେମୀ:
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ