Ice Skating Track: ହ୍ରଦ ଉପରେ ଆଇସ୍ ସ୍କେଟିଂ ପାଇଁ ବିଶ୍ୱରେକର୍ଡ

By

Published : Feb 4, 2023, 10:26 PM IST

Updated : Feb 6, 2023, 4:07 PM IST

thumbnail

ସିମଲା: ହିମାଚଳପ୍ରଦେଶ କିନ୍ନୌରର ନାକୋ ହ୍ରଦ ଉପରେ ସୃଷ୍ଟି ହେଲା ବିଶ୍ବ ରେକର୍ଡ । ୧୨ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ପ୍ରାକୃତିକ ହ୍ରଦ ଉପରେ ଜାତୀୟ ସ୍ତରର ଆଇସ ସ୍କେଟିଂ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଦେଶର ୧୫ଟି ରାଜ୍ୟର ପ୍ରାୟ ୭୦ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି କିନ୍ନୌରଠାରେ ପହଞ୍ଚିଛନ୍ତି । ଏଠାରେ ତାପମାତ୍ରା ମାଇନ୍ସ ଡିଗ୍ରୀ ରହିଥିବା ବେଳେ ଖେଳାଳିମାନେ ଆଇସ ସ୍କେଟିଂକୁ ଉପଭୋଗ କରୁଛନ୍ତି । ଶୀତ ଋତୁରେ ଏହି ହ୍ରଦ ବରଫ ପାଲଟିଥିବା ବେଳେ ଏହା ଉପରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।  

ନାକୋ ହ୍ରଦରେ ୧୨ ହଜାର ଫୁଟ ଉଚ୍ଚରେ ସ୍ଥିତ ଏହି ପ୍ରାକୃତିକ ହ୍ରଦ ଉପରେ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ନାକୋ ହ୍ରଦ ଉପରେ ବିଶ୍ବର ସର୍ବୋଚ୍ଚ ଓ ଲମ୍ବା ଆଇସ ସ୍କେଟିଂ ଟ୍ରାକ ଭାବେ ବିଶ୍ବରେକର୍ଡ ସୃଷ୍ଟି କରିଛି । ଆଇସ ସ୍କେଟିଂ ଆସୋସିଏସନ ଅଫ ଇଣ୍ଡିଆ (ISAI) ଦ୍ବାରା ଏହି ଚମ୍ପିଆନସିପର ଆୟୋଜନ କରାଯାଇଛି । ଏହା ଉପରେ -୧୮ ଡିଗ୍ରୀ ତାପମାତ୍ରା ରହିଛି । ଏହାରି ମଧ୍ୟରେ ଆଇସ ସ୍କେଟିଂ ପ୍ରତିଯୋଗୀମାନେ ବରଫ ଉପରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଜାତୀୟ ସ୍ତରର ଏହି ପ୍ରତିଯୋଗିତା ଲାଗି ପ୍ରତିଯୋଗୀମାନଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।  

ଏହା ବି ପଢନ୍ତୁ- ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲା, 58ଦିନ ପରେ ଦୋଷୀକୁ ଫାଶୀ

ଏଠାରେ ଖାଦ୍ୟ ପାନୀୟ, ରହଣି ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଆଇସ ସ୍କେଟିଂ ଆସୋସିଏସନ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି । ଏହି ୨ ଦିବସୀୟ ପ୍ରତିଯୋଗିତା ଆସନ୍ତାକାଲି ( ଫେବୃଆରୀ ୫) ହେବ । ଏହି ପ୍ରତିଯୋଗିତା ଆୟୋଜିତ ହେବା ପରେ କିନ୍ନୌର ଖେଳାଳିମାନଙ୍କୁ ଏକ ଉତ୍ତମ ପ୍ଲାଟଫର୍ମ ମିଳିଛି । ଏହାସହ ସ୍ଥାନୀୟ ଯୁବକଙ୍କ ରୋଜଗାରର ଏକ ପଥ ମଧ୍ୟ ସୃଷ୍ଟି ହୋଇଛି । ହିମାଚଳ ଆଇସ ସ୍କେଟିଂ ଆସୋସିଏସନର ଅଧ୍ୟକ୍ଷ ରୋଶନ ଲାଲ କହିଛନ୍ତି, "ଆଜିଠାରୁ ଆଇସ ସ୍କେଟିଂ ପ୍ରତିଯୋଗିତାର ଆରମ୍ଭ ହୋଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି । ଆଇସ ସ୍କେଟିଂ ଆସୋସିଏସନ ଦ୍ବାରା ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । " 

Last Updated : Feb 6, 2023, 4:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.