ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ଡାକ୍ତର ଦିବସ

By

Published : Jul 1, 2023, 9:14 PM IST

thumbnail

ରାଉରକେଲା: ଆଜି ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଜାତୀୟ ଡାକ୍ତର ଦିବସ।  ଜୀବନ ରକ୍ଷକ ଭାବେ ସେମାନଙ୍କର ସମର୍ପଣ ଓ ଭୂମିକାକୁ ନେଇ ଆଜିର ଦିନ। ଜାତୀୟ ଡାକ୍ତର ଦିବସ ଅବସରରେ ସମଗ୍ର ବିଶ୍ୱରେ ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସମର୍ପଣ ଓ ଅବିଚଳିତ ପ୍ରତିବଦ୍ଧତାକୁ ମନେ ପକାଉଛି । ଏହି ବିଶେଷ ଦିନରେ ଲୋକଙ୍କ ଜୀବନରେ ଡାକ୍ତରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରାଯାଇଥାଏ । ଯାହାକୁ ପ୍ରାୟତଃ ଆଧୁନିକ ଯୁଗର ତ୍ରାଣକର୍ତ୍ତା ବୋଲି ବିବେଚନା କରାଯାଏ । କୋଭିଡ- 19 ମହାମାରୀ ସମୟରେ ସେମାନଙ୍କ ଅମୂଲ୍ୟ ଅବଦାନ ରହିଛି । ରୋଗୀଙ୍କ ସେବା କରିବା ସହ ସେମାନଙ୍କୁ ସୁସ୍ଥ କରିବା ପାଇଁ ଏବଂ କୋଭିଡ ସହ ଲଢ଼ିବା ପାଇଁ ଡାକ୍ତର ମାନେ ମୁଖ୍ୟ ସାରଥୀ ପାଲଟିଥିଲେ । 

ତେବେ ପ୍ରତିବର୍ଷ ଜୁଲାଇ 1 ତାରିଖରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସମାଜରେ ଡାକ୍ତରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏବଂ ଅକ୍ଲାନ୍ତ ପ୍ରୟାସ ପାଇଁ କୃତଜ୍ଞତା ଜ୍ଞାପନ କରିବା । ତେବେ ଏନେଇ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ ଡାଇବେଟିସ ଡାକ୍ତର ଅଂଶୁମାନ ନାଏକ ଏହି କଠିନ ସମୟରେ ଡାକ୍ତରମାନେ ସମ୍ମୁଖୀନ ହେଉଥିବା କର୍ତ୍ତବ୍ୟ ଓ ଆହ୍ୱାନ ସମ୍ପର୍କରେ ମତ ରଖିଛନ୍ତି । ଡାକ୍ତରମାନଙ୍କ ଉଦ୍ୟମକୁ ପ୍ରଶଂସା କରି ତାଙ୍କୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେବାକୁ ସେ ସମାଜକୁ ବାର୍ତ୍ତା ଦେଇଛନ୍ତି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.