ହାଇଦ୍ରାବାଦ: ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ସାଉଥ ସୁପରଷ୍ଟାର ରାମ ଚରଣ । ତାଙ୍କ ଅଭିନୀତ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର 'ଗେମ ଚେଞ୍ଜର' ଏହି ସପ୍ତାହରେ ବକ୍ସ ଅଫିସରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ଗେମ୍ ଚେଞ୍ଜର ଜାନୁଆରୀ 10 ରେ ମୁକ୍ତିଲାଭ କରିବ । ନିକଟରେ ଗେମ୍ ଚେଞ୍ଜରର ଟ୍ରେଲର ରିଲିଜ ହୋଇଛି। ୟାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ବର୍ତ୍ତମାନ ଫିଲ୍ମର ରିଲିଜର 3 ଦିନ ପୂର୍ବରୁ ଅର୍ଥାତ୍ ଆଜି(ଜାନୁଆରୀ 7)ରେ ଦେଶ ତଥା ବିଦେଶରେ 'ଗେମ ଚେଞ୍ଜର'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରୁଥିବା ବେଳେ ଫିଲ୍ମ ଗେମ ଚେଞ୍ଜର ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ କେତେ କଲେକ୍ସନ କଲାଣି ? ଜାଣନ୍ତୁ,
ଭାରତରେ 'ଗେମ ଚେଞ୍ଜର'ର ଆଡଭାନ୍ସ ବୁକିଂ
ସାକନିକଙ୍କ ଅନୁଯାୟୀ, 'ଗେମ ଚେଞ୍ଜର' ଜାନୁଆରୀ 7 ରେ ଆଜି ଅପରାହ୍ନ 3 ଟା ପର୍ଯ୍ୟନ୍ତ ବ୍ଲକ ସିଟ୍ ସହ 75.92 ଲକ୍ଷ ଟଙ୍କା ରୋଜଗାର କରିଛି । ଏପର୍ଯ୍ୟନ୍ତ 181 ଶୋ ପାଇଁ 4467 ଟିକେଟ୍ ବିକ୍ରି କରି 15,56,750 ଟଙ୍କା ରୋଜଗାର କରିଛି । ଏଥିସହ, ଗେମ ଚେଞ୍ଜର ସମଗ୍ର ଭାରତରେ 184 ଶୋ ପାଇଁ 4467 ଟିକେଟ୍ ବିକ୍ରି କରିଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗେମ ଚେଞ୍ଜର ଭାରତରେ 45 ରୁ 50 କୋଟି ଟଙ୍କା ସହ ଓପନିଂ କରିପାରେ ।
ବିଦେଶରେ ଆଡଭାନ୍ସ ବୁକିଂ
ସେହିପରି ବିଦେଶରେ ମଧ୍ୟ ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର'କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଉତ୍ତର ଆମେରିକାରେ ଏହି ଫିଲ୍ମ ଆମେରିକାର ପ୍ରିମିୟର ପାଇଁ 575 ହଜାର ଡଲାର ରୋଜଗାର କରିଛି । ଏହିପରି ଗେମ ଚେଞ୍ଜର ପାଇଁ 20 ହଜାରରୁ ଅଧିକ ଟିକେଟ୍ 468 ଟି ସ୍ଥାନରେ 14069 ଶୋ ପାଇଁ ବିକ୍ରି ହୋଇଛି ।
ଗେମ ଚେଞ୍ଜରର Benefit ଶୋ’
କହିରଖୁଛୁ କି,ଗେମ ଚେଞ୍ଜରର ଫିଲ୍ମ ସୋ ପାଇଁ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ଆନ୍ଧ୍ରପ୍ରଦେଶ ସରକାର ଅନୁମୋଦନ କରିଛନ୍ତି, କିନ୍ତୁ ତେଲେଙ୍ଗାନା ସରକାର ଏପର୍ଯ୍ୟନ୍ତ ରାଜି ହୋଇନାହାଁନ୍ତି। ଏନେଇ ଫିଲ୍ମର ନିର୍ମାତା ଦିଲ ରାଜୁ ମଧ୍ୟ ତେଲେଙ୍ଗାନା ସରକାରଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ ପୁଷ୍ପା 2 ପ୍ରିମିୟରରେ ସନ୍ଧ୍ୟା ଥିଏଟରରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅନିର୍ଦ୍ଦିଷ୍ଟ କାଳ ପାଇଁ Benefit ଶୋ’ ଏବଂ ଟିକେଟ୍ ମୂଲ୍ୟ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: 'ଗେମ ଚେଞ୍ଜର' ପ୍ରି-ରିଲିଜ ଇଭେଣ୍ଟରେ 2 ଫ୍ୟାନ୍ସ ମୃତ, ଆର୍ଥିକ ସହାୟତା ଦେଲେ ରାମ ଚରଣ-ପୱନ କଲ୍ୟାଣ
ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ଗେମ୍ ଚେଞ୍ଜର 10 ଜାନୁଆରୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ