thumbnail

By ETV Bharat Odisha Team

Published : Dec 1, 2023, 10:29 AM IST

ETV Bharat / Videos

ବ୍ରହ୍ମପୁରରେ 'ମୁଁ ବି ହେବି ନବୀନ ଓଡିଶାର ସାରଥି' କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର: ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜନୀତି ପାଣିପାଗ ସେତେ ସରଗରମ ହେବାରେ ଲାଗିଛି । ଦଳକୁ ମଜବୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ବିଜେପି ଓ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଶାସକ ଦଳକୁ ଟାର୍ଗେଟ କରୁଥିବା ବେଳେ ବିଜେଡି କିନ୍ତୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଜନପ୍ରିୟ ହେବା ସହ ଦଳକୁ ସଶକ୍ତ କରିବାରେ ଲାଗିପଡିଛି । ବିଜୁ ଯୁବ ଓ ଛାତ୍ର ଶକ୍ତିଙ୍କୁ ଆହୁରି ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ବ୍ରହ୍ମପୁର ସହରରେ ଆରମ୍ଭ ହୋଇଯାଇଛି ମୁଁ ବି ହେବି ନବୀନ ଓଡିଶାର ସାରଥି କାର୍ଯ୍ୟକ୍ରମ ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ବିଜୁ ଛାତ୍ର ଓ ଯୁବ ଜନତା ଦଳର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୂତନ ଯୁବ ଭୋଟରଙ୍କୁ ସାମିଲ କରାଇଥିଲେ ।  ନବୀନ ଓଡିଶାକୁ ଆହୁରି ଅଧିକ ସଶକ୍ତ କରାଇବାକୁ ଆହ୍ୱାନ ମଧ୍ୟ ଦେଇଥିଲେ । ଯୁବ ଓ ଛାତ୍ରଙ୍କ ଏଭଳି ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟକ ବ୍ୟୋମକେଶ ରାୟ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।  

ଇଟିଭି ବାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.