RajyaSabha: ମୟୂରଭଞ୍ଜରେ ଏକ ପେପର ମିଲ ସ୍ଥାପନ ଦାବି କଲେ ସାଂସଦ ମମତା ମହନ୍ତ

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲାରେ ଏକ ପେପର ମିଲ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ମମତା ମହନ୍ତ । ଆଜି ସ୍ପେଶାଲ ମୋସନ ଜରିଆରେ ସଦନରେ ମମତା କହିଛନ୍ତି... ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା ।   ବଣ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି ମୟୂରଭଞ୍ଜ ଜିଲ୍ଲା । ଏଠାକାର ଅଧିବାସୀ ମାନେ  ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏତତ ବ୍ୟତୀତ ଜଙ୍ଗଲରୁ ବାଉଁସ ସଂଗ୍ରହ କରି ବିକ୍ରି କରିଥାନ୍ତି । ପେପର ପ୍ରସ୍ତୁତି ପାଇଁ ବାଉଁସର ଆବଶ୍ୟକତା  ହୋଇଥାଏ । ଫଳରେ ମୟୂରଭଞ୍ଜକୁ ବାହାର ରାଜ୍ୟର ବ୍ୟବସାୟୀ ଆସି ଆଦିବାସୀଙ୍କ ଠାରୁ କମ ଦରରେ ବାଉଁସ କିଣି ନେଇଥାନ୍ତି । ଯାହାର କ୍ଷତି ସହିଥାନ୍ତି ଆଦିବାସୀ ତଥା ବାଉଁସ ସଂଗ୍ରହକାରୀ ମାନେ । ତେଣୁ ମୟୂରଭଞ୍ଜରେ ଏକ ପେପର ମିଲ ସ୍ଥାପନ କରି ଏଠାରୁ ପେପର ଉତ୍ପାଦନ କରାଯାଉ । ଯଦ୍ବାରା ବାଉଁସର ମଧ୍ୟ ଉଚ୍ଚିତ ମୁଲ୍ୟ  ମିଳିବ ।  

ଏହାବି ପଢନ୍ତୁ-  RajyaSabha: ଓଡିଶାକୁ ଦିଅ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା: ସସ୍ମିତ ପାତ୍ର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.