ନିର୍ବାଚନ ପାଇଁ ସାଂସଦଙ୍କ ପ୍ରସ୍ତୁତି ଆରମ୍ଭ,ଭୋଟରଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ - ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନେତାମାନଙ୍କ ପ୍ରୟାସ
🎬 Watch Now: Feature Video


Published : Oct 4, 2023, 3:47 PM IST
ଖୋର୍ଦ୍ଧା: 2024 ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ଭରି ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନେତାମାନଙ୍କ ପ୍ରୟାସ ଆରମ୍ଭ ହେଇଗଲାଣି । ଅନ୍ୟପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ଥରେ ସାଂସଦ ଭାବେ ଲଢି ପାରନ୍ତି । ଏନେଇ ଏବେଠୁ ଗାଁ ଗାଁ ବୁଲି ପ୍ରଚାର ଜୋରଦାର ଚଳାଇଛନ୍ତି । ଗାଁ ଗାଁ ବୁଲି ପଦଯାତ୍ରା କରି ଭୋଟରଙ୍କ ନିକଟତର ହେବାକୁ ରୀତିମତ ଉଦ୍ୟମ ଜାରି ରଖିଛନ୍ତି । ବିଶେଷକରି ଯୁବ ଭୋଟରଙ୍କ ଉପରେ ଅପରାଜିତା ଫୋକସ କରୁଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା କ୍ରିକେଟ, ଫୁଟବଲ, ଭଲି ବଲ ଟିମ ଗୁଡିକୁ ଖେଳ ସାମଗ୍ରୀ ଯୋଗାଇ ଏବେ ଯୁବ ଭୋଟରଙ୍କ ନିକଟତର ହେବାକୁ ପକ୍ରିୟା ଆରମ୍ଭ କରିଦେଲେଣି । କେବଳ ଅପରାଜିତା ଷଡଙ୍ଗୀ ନୁହନ୍ତୁ ଅନ୍ୟ ନେତାମାନେ ବି ଏବେଠୁ ଦଳୀୟ କାର୍ଯ୍ୟକ୍ରମରେ ଲାଗିଗଲେଣି । ଭୋଟରଙ୍କ ନିକଟକୁ ଯାଇ ମନ ଜିଣିବାକୁ ଆରମ୍ଭ ହୋଇଗଲାଣି କସରତ ।
ଇଟିଭି ଭାରତ, ଖୋର୍ଦ୍ଧା