ଶ୍ରୀମନ୍ଦିର ସିଂହଦ୍ବାରରେ ଅଦ୍ଭୁତ ଦୃଶ୍ୟ; ମୂଷା କହୁଛି ଜୟ ଜଗନ୍ନାଥ

By ETV Bharat Odisha Team

Published : Dec 14, 2023, 3:00 PM IST

thumbnail

ପୁରୀ: ସତରେ ମହାପ୍ରଭୁଙ୍କ ଲୀଳା ଅବର୍ଣ୍ଣନୀୟ । ମଣିଷଠୁ ପଶୁପକ୍ଷୀଙ୍କ ଯାଏଁ କଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ସଭିଁଏ ଆତୁର । ଏହାର ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ସିଂହଦ୍ଵାରରେ । ଦୁଇଟି ମୂଷା ମାଲିକର ଇଶାରାରେ କହୁଛନ୍ତି ଜୟ ଜଗନ୍ନାଥ । ମାଲିକ ଜୟ ଜଗନ୍ନାଥ କହିବା ପାଇଁ ଯେତେବେଳେ କହୁଛି ଦୁଇ ମୂଷା ଚୁଁ ଚୁଁ ହୋଇ ଶବ୍ଦ କରୁଛନ୍ତି । ଯାହାକି ସେବାୟତ ଓ ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଦୃଶ୍ୟ ଦେଖି ସମସ୍ତେ ଭାବ ବିହ୍ଵଳିତ ହୋଇ ପଡିଥିବା ବେଳେ ମହାପ୍ରଭୁଙ୍କ ଚମତ୍କାରିତାକୁ ଅନୁଭବ କରିଛନ୍ତି । ସବୁଠୁ ରୋଚକ ଦୃଶ୍ୟ ହେଉଛି ମୂଷା ଦୁଇଟି ସିଂହଦ୍ଵାର ମୁଣ୍ଡିଆ ମାରିବା ସମୟର । 

ସୁଚନା ଅନୁସାରେ, କୋଲକାତାରୁ ଜଣେ ମହିଳା ଭକ୍ତ ଏହି ଦୁଇ ମୂଷାକୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଆସିଥିଲେ । ଦୁଇ ମୂଷାକୁ ସେ ବେଶ୍ ଭଲରେ ପାଳନ କରିଛନ୍ତି । ଶୀତରୁ ରକ୍ଷା ପାଇଁ ନିଜ ପିଲାଙ୍କ ଭଳି ଅତି ଯତ୍ନରେ ଦୁହିଁଙ୍କୁ ଶୀତ ବସ୍ତ୍ର ପିନ୍ଧାଇ ଦେଇଛନ୍ତି । ଯେତେବେଳେ ଉକ୍ତ ମହିଳା ଭକ୍ତ ମୂଷା ଦ୍ବୟକୁ ଜୟ ଜଗନ୍ନାଥ କହିବା ପାଇଁ କହୁଛନ୍ତି ସଙ୍ଗେ ସଙ୍ଗେ ଦୁଇ ମୂଷା ଶବ୍ଦ କରି ବୋବାଉଛନ୍ତି । ସେହି ଶବ୍ଦ ଜୟ ଜଗନ୍ନାଥ ଭଳି ଶୁଭୁଛି । ଏହାକୁ ଦେଖି ଭକ୍ତମାନେ ଚକିତ ହୋଇ ପଡିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍  ଭାଇରାଲ୍ ହେବାରେ ଲାଗିଥିବା ବେଳେ ଏହାକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି । ସମସ୍ତେ ମହାପ୍ରଭୁଙ୍କ ଚମତ୍କାରିତାକୁ ଅନୁଭବ କରୁଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.