Ganjam Road Mishap: କାଲି ଥିଲା ଯେଉଁଠି ହସଖୁସି, ଆଜି ସେଠି ବୋହୁଛି ଲୁହର ବନ୍ୟା

By

Published : Jun 26, 2023, 12:38 PM IST

Updated : Jun 26, 2023, 1:21 PM IST

thumbnail

ବ୍ରହ୍ମପୁର: ଦିନକ ପୂର୍ବେ ଯେଉଁଠି ହସଖୁସୀରେ ଫାଟି ପଡୁଥିଲା ପରିବେଶ ଆଜି ସେଇଠି ହେଉଛି ଲୁହର ବର୍ଷା । କାନ୍ଦ ବୋବାଳିରେ ଫାଟି ପଡୁଛି ଖଣ୍ଡଦେଉଳି ଗ୍ରାମ । ଝିଅ ବିବାହ କରି ହସ ଖୁସିରେ ବର ଘରୁ ଫେରୁଥିଲେ ଝିଅ ଘର ପରିବାର ସଦସ୍ୟ । କିନ୍ତୁ କିଏ ଜାଣିଥିଲା ବାଟରେ ଛକିଥିଲା ଜମ । ଦିଗପହଣ୍ଡିରେ ଯାତ୍ରୀବାହୀ ବସ ଓ ଓଏସଆରଟିସି ବସ ଦୁର୍ଘଟଣା ଘଟିବାରୁ 11 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପୁରା ଖଣ୍ଡଦେଉଳି ଗ୍ରାମ ସ୍ତବ୍ଧ ହୋଇଯାଇଛି । ସମସ୍ତ ମୃତକ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାର ସଦସ୍ୟ ଥିଲେ । ପୂର୍ବତନ ସାଂସଦଙ୍କ ଦିଅର, ନାତି, ନଣନ୍ଦେଇ, ଝିଆରୀ, ଦାଦାଙ୍କର ମୃତ୍ୟୁ ହୋଇଛି । ଗତକାଲି ବ୍ରହ୍ମପୁରରେ ସୋନାଲିଙ୍କ ସହିତ ଉମେଶଙ୍କ ବିବାହ ହୋଇଥିଲା । ପ୍ରଥମେ ବର ଘର କନ୍ୟା ଘରକୁ ଆସିଥିଲେ । ଦିନ 2ଟା ବେଳେ ବିବାହ ସରିବା ପରେ ଝିଅକୁ ସନ୍ଧ୍ୟାରେ ବିଦା କରାଯାଇଥିଲା । ଏହାପରେ ରାତି 8ଟାରେ କନ୍ୟା ଘର ଲୋକେ ବର ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଫେରିବା ସମୟରେ ଦିଗପହଣ୍ଡି ଠାରେ ଯାତ୍ରୀବାହି ବସକୁ ଧକ୍କା ଦେଇଥିଲା ସରକାରୀ ବସ । ଆଉ ନିମିଷକ ମଧ୍ୟରେ ଆଖି ବୁଜିଥିଲେ 11 ନିରିହ ଜୀବନ ।  

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 26, 2023, 1:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.