Budget Session: ଛେଣ୍ଡିପଦାରେ ପ୍ରତିଷ୍ଠା ହେବ ବୃହତ ଆଲୁମିନିୟମ ପାର୍କ

By

Published : Mar 17, 2023, 3:27 PM IST

thumbnail

ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ ବିଧାୟକ ସୁଶାନ୍ତ ବେହେରା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବୃହତ ଶିଳ୍ପ ପ୍ରତିଷ୍ଠା ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି  । ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ଆଲୁମିନିୟମ ପାର୍କ ନିର୍ମାଣ ହେବାକୁ ଯାଉଛି  । ଏହି ଆଲୁମିନିୟମ ପାର୍କରେ ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଶିଳ୍ପ ପାଇଁ ସୁଯୋଗ ମିଳିବ କି ? ଏଥିସହ ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟତଃ ୩୦ରୁ ଅଧିକ କୋଇଲା ଖଣିର ବ୍ୟବସ୍ଥା କରାଯାଉଛି   । ତେଣୁ ଏଠାରେ ଶିଳ୍ପ ହବ୍ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ କି ବୋଲି ବିଧାୟକ ପଚାରିଛନ୍ତି  । ଏହାର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଅଦ୍ୟାବିଧି କୌଣସି ଶିଳ୍ପଗୋଷ୍ଠୀ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି  । ଶିଳ୍ପ ପାଇଁ କୌଣସି ପ୍ରସ୍ତାବ ପ୍ରାପ୍ତ ହେଲେ ଏହାକୁ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନିଆଯିବ  । ଏହାସହିତ ଆଲୁମିନିୟମ ପାର୍କରେ ନିବେଶ ପାଇଁ ଓଡିଆ ଉଦ୍ୟୋଗପତିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ  । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.