ETV Bharat / state

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

author img

By ETV Bharat Odisha Team

Published : 2 hours ago

RATNA BHANDAR GPR SURVEY: ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର‌ ରତ୍ନଭଣ୍ଡାରର ଜିପିଆର ସର୍ଭେ । ଦିନ ୨ଟାରୁ ଦୀର୍ଘ ଚାରିଘଣ୍ଟା ଧରି ଜିପିଆର ସର୍ଭେ କାର୍ଯ୍ୟ ଚାଲିଥିଲା । ପ୍ରଥମ ଦିନରେ ରତ୍ନଭଣ୍ଡାରର ମାଟି ତଳେ କ'ଣ ରହିଛି ସେନେଇ ଜିପିଆର ସର୍ଭେ କରାଯାଇଛି । ଅଧିକ ପଢନ୍ତୁ

RATNA BHANDAR GPR SURVEY
RATNA BHANDAR GPR SURVEY (ETV Bharat Odisha)

ପୁରୀ: ଶ୍ରୀମନ୍ଦିର‌ ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଜିପିଆର ସର୍ଭେ କାର୍ଯ୍ୟ କରାଯିବ । ତେବେ ପ୍ରଥମ ଦିନରେ ଆଜି ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ସର୍ଭେ କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି," ଆସନ୍ତା ତିନି ଦିନ ଧରି ଜିପିଆର ସର୍ଭେ କାର୍ଯ୍ୟ ଶେଷ ହେବା ପରେ ମିଳିଥିବା ତଥ୍ୟକୁ ଅନୁଶୀଳନ କରାଯିବ । ଏହାପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ଜିପିଆର ସର୍ଭେ ସର୍ବେକ୍ଷଣ ଶେଷ ହୋଇନଥିବାରୁ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ଏବେ ଠାରୁ କିଛି କହିହେବ ନାହିଁ ।"

ସରିଲା ପ୍ରଥମ GRP SURVEY:

ଆଜି ଦିନ ୨ଟାରୁ ଦୀର୍ଘ ଚାରିଘଣ୍ଟା ଧରି ଜିପିଆର ସର୍ଭେ ଅନୁଷ୍ଠିତ ହୋଇଥିଲା । ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଆନନ୍ଦ ପାଣ୍ଡେଙ୍କ ତତ୍ତ୍ଵାବଧାନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କରାଯାଉଛି । ବୈଜ୍ଞାନିକ ଆନନ୍ଦ ପାଣ୍ଡେ କହିଛନ୍ତି," ପ୍ରଥମ ଦିନରେ ରତ୍ନଭଣ୍ଡାରର ମାଟି ତଳେ କ'ଣ ରହିଛି ସେନେଇ ଜିପିଆର ସର୍ଭେ କରାଯାଇଛି । ତିନୋଟି ମେସିନ୍ ସାହାଯ୍ୟରେ ଚଟାଣରୁ ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି । ଏହା ଆହୁରି ଦୁଇଦିନ ସର୍ଭେ କରାଯିବ । ଏହାପରେ ଜିପିଆର ସର୍ଭେରୁ ମିଳିଥିବା ତଥ୍ୟକୁ ଅନୁଶୀଳନ କରାଯିବା ପରେ ରତ୍ନଭଣ୍ଡାର ତଳେ ଗୁପ୍ତ ସୁଡ଼ଙ୍ଗ, କୋଠରୀ ଅବା ରତ୍ନ ଅଳଙ୍କାର ଅଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ଆସନ୍ତା ଦୁଇଦିନ ଭିତରେ ସମସ୍ତ ଜିପିଆର ସର୍ଭେ କାର୍ଯ୍ୟକୁ ଶେଷ କରିବା ପାଇଁ ଟାର୍ଗେଟ ରଖାଯାଇଛି । ଜିପିଆର ସର୍ଭେ ସରିବା ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।"

ଏହା ମଧ୍ୟ ପଢନ୍ତୁ ....ଆଜିଠୁ ତିନି ଦିନଆ ରତ୍ନଭଣ୍ଡାର ସର୍ଭେ ଆରମ୍ଭ, ଅପରାହ୍ନ 1ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ - Ratna Bhandar survey

ଏହା ମଧ୍ୟ ପଢନ୍ତୁ ....ଶ୍ରୀମନ୍ଦିର ରତ୍ନଭଣ୍ଡାର ହେବ GPR ସର୍ଭେ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ - RATNA BHANDAR GPR SURVEY

ଏହା ମଧ୍ୟ ପଢନ୍ତୁ ....ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection

ଦୂର ହେବ ସନ୍ଦେହ:

ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଥିବା ସହ ଆହୁରି ରତ୍ନ ଅଳଙ୍କାର ଥିବା ଚର୍ଚ୍ଚା ହୋଇଆସୁଛି । ଏଣୁ ରତ୍ନଭଣ୍ଡାରର ମରାମତି ପୂର୍ବରୁ ଭକ୍ତଙ୍କ ଦାବିକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କରାଯାଉଛି ।‌ ଏହା ପୂର୍ବରୁ ଲେଜର ସ୍କାନିଂ ଓ ରାଡାର ସର୍ଭେ ମଧ୍ୟ କରାଯାଇଥିଲା । ତେବେ ଜିପିଆର ସର୍ଭେ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର ମରାମତି ଓ ସଂଗ୍ରକ୍ଷଣ କାର୍ଯ୍ୟ ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.