ମଞ୍ଚରେ ମହାପ୍ରଭୁଙ୍କୁ ଅସମ୍ମାନ, ଅଡୁଆରେ ଫସିଲେ ଯାତ୍ରା କଳାକାର କାହ୍ନା ସ୍ବାଇଁ - Fir Against Kanha Swain

By ETV Bharat Odisha Team

Published : 2 hours ago

thumbnail
ଯାତ୍ରା କଳକାର କାହ୍ନା ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ (ETV Bharat Odisha)

କଟକ: ଯାତ୍ରା କଳାକାର କାହ୍ନା ସ୍ୱାଇଁଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାଦାମବାଡ଼ି ଥାନାରେ ଲିଖିତ ମାମଲା ରୁଜୁ ହୋଇଛି । ଯାତ୍ରା ସିଂହବାହିନୀର ଷ୍ଟାର କାଷ୍ଟ କାହ୍ନା ସ୍ୱାଇଁ ଏକ ଯାତ୍ରା ସିନରେ ଜଗନ୍ନାଥଙ୍କୁ ହାତରେ ଧରି ନେବା ଆଣିବା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବା କହି କାହ୍ନା ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ଅଭିଷେକ ଦାସ । ଏହି ଆଚରଣ ପାଇଁ କାହ୍ନା ସ୍ୱାଇଁଙ୍କୁ ଦଣ୍ଡ ମିଳିବା ଓ ସେ ସିନକୁ ପୁନଃ ନକରିବା ଆବଶ୍ୟକ ବୋଲି ଏତଲାରେ ଦର୍ଶାଇଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି । ଯଦି କିଛି ପ୍ରମାଣ ପୋଲିସର ହସ୍ତଗତ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ ପ୍ରସଙ୍ଗ, କଳା ତାଲିକାଭୁକ୍ତ ହେଲା ଟେଣ୍ଟ ହାଉସ


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.